Advertisment

କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ

author-image
Sarbeswar
ଅଦ୍ୟତନ ହୋଇଛି
କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

Raksha Bandhan

ଭୁବନେଶ୍ୱର: ରକ୍ଷା କବଚକୁ କୁହାଯାଏ ରାକ୍ଷୀ। ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ କୁହାଯାଏ ରାକ୍ଷୀ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ଶୁଭ ଦିନର ଅୟ୍ୟଆରମ୍ଭ ହୋଇଥିଲା। ଏହି ସ୍ୱତନ୍ତ୍ର ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ବେଶ୍‌ ଉତ୍ସୁକୁତାର ସହ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକଟି ଓଡିଆ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ପାଳନ କରନ୍ତି, ଏହାସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ମଧ୍ୟ ଆୟୋଜନ ହୋଇଥାଏ। ବଡ଼ ଦେଉଳରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି । ପରମ୍ପର ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ବାନ୍ଧନ୍ତି ରାକ୍ଷୀ। ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି ।

Advertisment

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ।

Advertisment

ବୈଦିକ ନୀତି ଅନୁସାରେ ସମସ୍ତ ଶୁଭ କାମ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ମାଙ୍ଗଳିକ କାମ କରାଯାଏ । ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ସେମାନଙ୍କ ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ । ଶ୍ରୀମନ୍ଦିରରେ ଅବକାଶ, ସକାଳ ଧୂପ,ସୂର୍ଯ୍ୟପୂଜା, ମଇଲମ, ସକାଳ ଧୂପ ପରେ ଏହି ପର୍ବ ଆୟୋଜନ କରାଯାଇଥାଏ । ସେ ଯାହା ବି ହେଉ ଚଳିତ ମାସ ୨୨ ତାରିଖ ଅର୍ଥାତ୍‌ ରବିବାର ପଡ଼ୁଛି ଏହି ରାକ୍ଷୀ ପୂର୍ଣ୍ଣିମା।

Odisha Raksha Bandhan
Advertisment
Advertisment