Advertisment

୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Chandan Shishu
୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

Award Ceremony of Indian Hockey Team

ଭୁବନେଶ୍ୱର: ଭାରତୀୟ ହକି ଦଳର ପୁଣି ପ୍ରାୟୋଜକ ହେବେ ଓଡ଼ିଶା ସରକାର। ଆଗାମୀ ୧୦ ବର୍ଷ ପାଇଁ ପୁଣିଥରେ ଓଡିଶା ସରକାର ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସ୍ପନସର କରିବେ। ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୩ ପରେ ପୁଣି ୧୦ ବର୍ଷ ପାଇଁ ଓଡିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ହେବ। ଏହି ଅବସରରେ ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ ମିଡ୍ ଫିଲଡର ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ଗୋଲ କିପର ଶ୍ରୀଜେସଙ୍କୁ ଶ୍ରେଷ୍ଠ ଗୋଲ ରକ୍ଷଣ, ନୀଳକାନ୍ତ ଶର୍ମାଙ୍କୁ ଗୋଲ୍ ସହାୟତା, ରୁପିନ୍ଦର ପାଲ୍ ସିଂଙ୍କୁ ଡିଫେଣ୍ଡର ଆୱାର୍ଡ ପ୍ରଦାନ କରାଯାଇଛି।  ସେହିପରି ସର୍ବାଧିକ ଗୋଲ ପାଇଁ ହରମନପ୍ରିତ ସିଂଙ୍କୁ ପୁରସ୍କୃତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଣୀ ରାମପାଲ ଏବଂ ନବନୀତ କୌରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଥିବା ବେଳେ ଗୋଲ୍ କିପରସବିତାଙ୍କୁ ଶ୍ରେଷ୍ଠ ଗୋଲକିପର, ବନ୍ଦନା କଟାରିଆ ଓ ଗୁରଜିତ କୌରଙ୍କୁ ସର୍ବାଧିକ ଗୋଲ ପାଇଁ ପୁରସ୍କାର ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସର ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲକୁ ଯାଇଥିବା ମହିଳା ହକି ଟିମ୍‌କୁ ସମ୍ବର୍ଦ୍ଧନା ପାଇଁ ଆଜି ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  

Advertisment

ଏହା ପୂର୍ବରୁ ମଙ୍ଗଳବାର ସକାଳେ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଖେଳାଳିଙ୍କ ଫଟୋସୁଟ୍ ହୋଇଥିଲା। ମଙ୍ଗଳବାର ସକାଳେ ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯାଇଥିଲା। ରାସ୍ତାରେ ମଧ୍ୟ ସେମାନଙ୍କୁ ଚିୟର୍-ଅପ୍ କରିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଏଥିପାଇଁ ହୋଟେଲକୁ ସୁନ୍ଦର ସାଜସଜ୍ଜାରେ ସଜାଇ ଦିଆଯାଇଥିଲା। ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ବିଭିନ୍ନ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଖେଳାଳିମାନେ ଏହାର ମଜା ମଧ୍ୟ ଉଠାଇଥିଲେ। ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଅଛନ୍ତି ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ।

Odisha News Indian Hockey
Advertisment
Advertisment