• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 18 August 2021

  • Satyendu Shekher Mishra
  • 3 years ago

ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । More
  • Satyendu Shekher Mishra
  • 3 years ago

ଖସୁଛି ସଂକ୍ରମଣ ହେଲେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ

ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । More
  • Satyendu Shekher Mishra
  • 3 years ago

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ । More
  • Satyendu Shekher Mishra
  • 3 years ago

ଏଠାରେ କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର, ମହିଳା ଓ ଶିଶୁ ସାଜିଛନ୍ତି ମାଫିଆଙ୍କ ଢ଼ାଲ..

କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । More
  • Satyendu Shekher Mishra
  • 3 years ago

ପକ୍କା ଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼, ବଦ୍ରି ପାତ୍ରଙ୍କ ପୁଅ ନାଁରେ ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । More
  • Satyendu Shekher Mishra
  • 3 years ago

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ, ତଥାପି ଥମୁନି ସଂକ୍ରମଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି । More
  • Satyendu Shekher Mishra
  • 3 years ago

ସ୍ମାର୍ଟ ହେଲ୍‌ଥ କାର୍ଡକୁ ଲେଖାଶ୍ରୀଙ୍କ ସମାଲୋଚନା, କହିଲେ ହିସାବ ଦିଅ କେତେ ରୋଗୀଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି

ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର ହିସାବ ରଖୁଛନ୍ତି । More
  • Prangyan Parimita
  • 3 years ago

ନିୟତିର ନିର୍ଦ୍ଦୟ ନିଷ୍ପତ୍ତି : ବୁଢ଼ୀ ମା’ ମୁଣ୍ଡରେ ମାନସିକ ଅନଗ୍ରସର ଭେଣ୍ଡା ପୁଅର ବୋଝ

ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ । More
  • Satyendu Shekher Mishra
  • 3 years ago

ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । More
  • Prangyan Parimita
  • 3 years ago

ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ More
  • Prangyan Parimita
  • 3 years ago

ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର

ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ । ଏନେଇ ଏସଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ଏଥିପାଇଁ ସହରାଞ୍ଚଳରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ କମିଟି ଗଠନ କରିବେ ସରକାର More
  • Pramod Behera
  • 3 years ago

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ। More
  • Satyendu Shekher Mishra
  • 3 years ago

ନୂଆପଡ଼ା: ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ତୀବ୍ର ଆନ୍ଦୋଳନ

ନୂଆପଡ଼ା: ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ତୀବ୍ର ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଗେଟ୍ ଭାଙ୍ଗିଦେଲେ କ୍ଷତିଗ୍ରସ୍ତ । ଧାରଣାରତ ୧୫ରୁ ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତଙ୍କୁ ଉଠାଇନେଲା ପୋଲିସ

  • Satyendu Shekher Mishra
  • 3 years ago

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ୨ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । CDMO ଅଫିସ୍ ପରିସରରେ ୨ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା । ପ୍ରାୟ ୩ ଘଣ୍ଟା ଧରି ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଡାକ୍ତରଙ୍କୁ ଜେରା । ସଂଧ୍ୟାରେ ତହସିଲଦାରଙ୍କୁ ଜେରା କରାଯିବ କହିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ।

  • Satyendu Shekher Mishra
  • 3 years ago

ନିଆଳି: ହାଟ ନିଲାମକୁ କେନ୍ଦ୍ର କରି ମହିଳା ସରପଞ୍ଚଙ୍କୁ ଆକ୍ରମଣ

ନିଆଳି: ହାଟ ନିଲାମକୁ କେନ୍ଦ୍ର କରି ମହିଳା ସରପଞ୍ଚଙ୍କୁ ଆକ୍ରମଣ । ଅଁଳୋ ପଞ୍ଚାୟତ ହାଟ ନିଲାମକୁ ନେଇ ୪ ଦୁର୍ବୃତ୍ତଙ୍କ ଆକ୍ରମଣ । ପଞ୍ଚାୟତ ଅଫିସ ଭଙ୍ଗାରୁଜା, ଆକ୍ରମଣରେ ସରପଞ୍ଚଙ୍କ ସମ୍ପର୍କୀୟ ଆହତ ।

  • Satyendu Shekher Mishra
  • 3 years ago

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡକା ଯାଇଥିବା ପଲ୍ଲୀସଭା ବିଫଳ

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡକା ଯାଇଥିବା ପଲ୍ଲୀସଭା ବିଫଳ । କେହି ନ ଆସିବାରୁ ଖାଲି ହାତରେ ଫେରିଲା ପୋଲିସ । ସେରୁ ବନ୍ଧ ଓ ମାଳି ପର୍ବତକୁ ଅଣ ଜଙ୍ଗଲ ଜମିରେ ପରିଣତ ନିଷ୍ପତ୍ତିିକୁ ବିରୋଧ । ପଟାଙ୍ଗି ସମେତ ୯ଟି ସ୍ଥାନରେ ଡକାଯାଇଥିବା ପଲ୍ଲୀସଭାକୁ କେହି ଆସିଲେନି ।

  • Satyendu Shekher Mishra
  • 3 years ago

ଘରୋଇ ଗ୍ୟାସ୍ ଟାଙ୍କିରେ ପାଣି ଭର୍ତ୍ତି ରାକେଟ୍‌ର ପର୍ଦ୍ଦାଫାସ

ଝାରସୁଗୁଡ଼ା: ଘରୋଇ ଗ୍ୟାସ୍ ଟାଙ୍କିରେ ପାଣି ଭର୍ତ୍ତି ରାକେଟ୍‌ର ପର୍ଦ୍ଦାଫାସ । ୩ ଅଭିଯୁକ୍ତ ଗିରଫ । ଡେଲିଭରି ପୂର୍ବରୁ କାଢ଼ି ପାଣି ଭର୍ତ୍ତି କରୁଥିଲେ । IOCL ବଟଲିଂ ପ୍ଲାଣ୍ଟରୁ ଡିଷ୍ଟ୍ରିବୁ୍ୟଟରଙ୍କ ପାଖକୁ ଯିବା ବେଳେ କାରସାଦି ।ପ୍ରତି ଟାଙ୍କିରେ ୪ରୁ ୫ ଲିଟର ଗ୍ୟାସ୍ ବାହାର କରୁଥିଲେ । ପ୍ରେସମିଟରେ ସୂଚନା ଦେଲେ ଏସ୍‌ପି

  • Rajalaxmi Sahoo
  • 3 years ago

ବାଘ ଛାଲ ଜବତ

ବନ ବିଭାଗ ଦ୍ୱାରା ବାଘ ଛାଲ ଜବତ। କିଣାବିକା ସମୟରେ ଅଚାନକ ଚଢଉ କରି ବାଘ ଛାଲ ଜବତ କଲା ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ। ରାଇଘର ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ନେଇ ରାଇଘର ବନ ବିଭାଗ ଖବର ପାଇଥିଲା।  ଏହାପରେ ବାଘ ଛାଲ ରାକେଟକୁ ଧରିବା ପାଇଁ ରାଇଘର ବନ ବିଭାଗର ଏକ squad ଚଢାଉ କରିଥିଲା। ଚଢଉ ବେଳେ ବାଘ ଛାଲ ଥିବା ବ୍ୟାଗ୍‌କୁ ଛାଡି ଚମ୍ପଟ ମାରିଥିଲା ଦୁର୍ବୃତ୍ତ।  ବାଘ ଛାଲକୁ ବନ ବିଭାଗ ଜବତ କରିଛି।  

  • Rajalaxmi Sahoo
  • 3 years ago

5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ବିରୋଧ

ରାଉରକେଲା ଗସ୍ତରେ ଯାଇଥିବା 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ବିରୋଧ। ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ପାନପୋଷ ଠାରେ ତାଙ୍କୁ ବିରୋଧ କରାଯାଇଛି।  ସିଭିଲ୍ ଟାଉନ୍‌ସିପ୍‌ ଜମି କେଳେଙ୍କାରୀ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିଲେ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି। ତେବେ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ।

  • Rajalaxmi Sahoo
  • 3 years ago

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଯାଏ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି।  ପ୍ରଥମ ଡୋଜ୍ ୧ କୋଟି ୫୩ ଲକ୍ଷ  ୮୭ ହଜାର ୫୭୨ ଜଣ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୬ ଲକ୍ଷ ୩୪ ହଜାର ୨୪୨ ଜଣ।  ଟିକାକରଣରେ ୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହେଲ୍‌ଥ ଟିମ୍ ଓ ସମସ୍ତ ନାଗରିକଙ୍କୁ କୃତଜ୍ଞତା ଜଣାଇଛି।  

  • Rajalaxmi Sahoo
  • 3 years ago

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରିଗାଁ ଇଚ୍ଛାପୁର ନୂଆପଡା ଗାଁରେ। ଗାଁର ମଞ୍ଜିତ ମାଝୀଙ୍କ ସ୍ତ୍ରୀ ସୂର୍ଯ୍ୟ ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ମାତ୍ର ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନଥିଲା। ପରେ ଗାଁ ଲୋକେ ମିଶି ତାଙ୍କୁ ଖଟିଆରେ ବୋହି ନେଇଥିଲେ। କାଦୁଅ ରାସ୍ତାରେ ପ୍ରାୟ ଦେଢ଼ କିଲୋମିଟର କଷ୍ଟେମଷ୍ଟେ ବୋହି ନେଇ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ମହିଳା ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଶିଶୁର ଅବସ୍ଥା ଭଲ ନଥିବାରୁ ମାଆ ଓ ଶିଶୁଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। 

  • Rajalaxmi Sahoo
  • 3 years ago

ସାନ ଭାଇର କଟୁରୀ ମାଡରେ ବଡ ଭାଇର ମୃତ୍ୟୁ

ସାନ ଭାଇର କଟୁରୀ ମାଡରେ ବଡ ଭାଇର ମୃତ୍ୟୁ ଅଭିଯୋଗ। ଏଭଳି ଏକ  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜଗତ ସାହିରେ। ମୃତ ବ୍ୟକ୍ତି ହେଲେ କିଶୋର ପାଣିଗ୍ରାହୀ। ଆଜି କୌଣସି କାରଣରୁ କିଶୋର ଏବଂ ତାଙ୍କ ସାନ ଭାଇ ରାଧାଶ୍ୟାମଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଧାଶ୍ୟାମ ବଡ ଭାଇ କିଶୋରଙ୍କୁ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ପରିବାର ଲୋକେ ତୁରନ୍ତ କିଶୋରଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଘଟଣା ପରେ ଅଭିଯୁକ୍ତ ସାନ ଭାଇ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।  

  • Rajalaxmi Sahoo
  • 3 years ago

ପୁରୀ ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏକାସଙ୍ଗରେ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜଲାନ୍ସ ଟିମ୍। ଏହି ଚଢାଉରେ ୮ଟି ଟିମ୍‌କୁ ନିୟୋଜିତ କରାଯାଇଛି।  ୪ ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି।  

  • Rajalaxmi Sahoo
  • 3 years ago

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ପ୍ରଥମ, ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ପ୍ରଥମ, ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ପ୍ରଥମରୁ ଦଶମ ଯାଏ ପିଲାଙ୍କୁ ୟୁଟ୍ୟୁବ୍‌ରେ ପଢ଼ା ଯାଉଥିଲା। ଆଉ ଏବେ ଯୁକ୍ତ ୨ ପିଲାଙ୍କୁ ମଧ୍ୟ ପାଠ ପଢ଼ାଯିବା ନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି। 

  • Rajalaxmi Sahoo
  • 3 years ago

କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କ୍ଷତିପୂରଣ ପ୍ରଦାନ କରିବାକୁ  ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପସିଲେ ନୂଆପ଼ଡ଼ା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କ୍ଷତିଗ୍ରସ୍ତ। ଧସେଇ ପଶିବା ସହ କାର୍ଯ୍ୟାଳୟ ପରିସର ଗେଟ୍ ଭାଙ୍ଗି ଦେଲେ। ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅନେକ ପରିବାରଙ୍କୁ କ୍ଷତିପୂରଣ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାର କାଲିମାଟି, ବାଡୋଛାପର, ଡୁମେରବାହାଲ, ଦରଗାଁ, ରଜନା, କୋନାବିରା, କୋଟାମାଲ, ବୋଲଧା ଭଳି ଅନେକ ଗାଁର ଲୋକେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ବାରମ୍ବାର କ୍ଷତିପୂରଣ ଦାବି ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ। ଅନ୍ୟପକ୍ଷେ, ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣାରେ ବସିଥିବା ୧୫ ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।

  • Rajalaxmi Sahoo
  • 3 years ago

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। More

  • Rajalaxmi Sahoo
  • 3 years ago

କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET ମୁଖ୍ୟ ସିବିକେ ମହାନ୍ତି

ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍‌ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। More

  • Chandan Shishu
  • 3 years ago

କେମିତି ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ?

ଗତ ୧୯ ତାରିଖରେ ପ୍ରଦୀପ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୫ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍‌ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। More

  • Chandan Shishu
  • 3 years ago

ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଚାଲିଗଲା ଜୀବନ

ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍‌ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।  More

  • Chandan Shishu
  • 3 years ago

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ୍‌ର ଜେରା

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି।  More

  • Rajalaxmi Sahoo
  • 3 years ago

ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି। More

  • Chandan Shishu
  • 3 years ago

ଚିନ୍ତା ବଢାଉଛି କରୋନା ଟ୍ରେଣ୍ଡ୍: ବଢିଲା ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା

୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। More

  • Rajalaxmi Sahoo
  • 3 years ago

ମାଛ ତେଲରେ ମାଛ ଭାଜି ମାଲାମାଲ୍‌ ହେଉଥିଲେ, ଶେଷରେ ସାମ୍ନାକୁ ଅସିଲା କଳାକାରନାମା

ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ।  More

  • Chandan Shishu
  • 3 years ago

ଆସନ୍ତା ୧୯ରୁ ସ୍ମାର୍ଟ କ୍ଲାସରେ ପଢ଼ିବେ ପିଲା

ବ୍ରହ୍ମପୁର: ସ୍ମାର୍ଟ କ୍ଲାସରେ ପଢ଼ିବେ ପିଲା, ସ୍ମାର୍ଟ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୯ ତାରିଖରୁ ୨୮ ତାରିଖ ମଧ୍ୟରେ ଗଂଜାମ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ୫୦ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ। ହିଞ୍ଜିଳି ବ୍ଲକରରେ ୨୩ଟି ଓ ସେରଗଡ଼ ବ୍ଲକ୍‌ରେ ୨୭ଟି ସ୍କୁଲର ଉଦଘାଟନ ହେବ। ଏଥିପାଇଁ ଜୋରସୋରରେ ଚାଲିଛି କାମ। ଆଧୁନିକ ପାଠପଢ଼ା ସରଂଜାମ ସବୁ ସ୍କୁଲରେ ପହଞ୍ଚି ଗଲାଣି। ତା ସହିତ ସ୍କୁଲରେ ରଙ୍ଗ ଦିଆଯାଉଛି, ପାଚେରି ନିର୍ମାଣ ହେଉଛି। ତା ସହିତ ଶୌଚାଳୟ, ଖେଳ ପଡ଼ିଆ, ବଚିଚା କାମ ସବୁ ଜୋରସୋରରେ ଚାଲିଛି। ସ୍କୁଲର ଏହି ନୂଆ ରୂପ ପିଲାଙ୍କୁ ଆକର୍ଷିତ କରିବ ବୋଲି ଶିକ୍ଷକ ତଥା ଅଭିଭାବକମାନେ ଆଶା କରିଛନ୍ତି। 

  • Chandan Shishu
  • 3 years ago

୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। More

  • Satyendu Shekher Mishra
  • 3 years ago

KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU । More

  • Chandan Shishu
  • 3 years ago

୨ ଦିନ ପ୍ରବଳ ବର୍ଷିବ

ଏପଟେ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି ଜିଲ୍ଲାର କୋରକଣ୍ଡା ଓ ଏମ୍‌ଭି-୩୭ ପୋଲ ଉପରେ ପାଣି କମୁଥିବାବେଳେ ପୋଟେରୁ, କାଙ୍କରିକୁଣ୍ଡା ଅଞ୍ଚଳରେ ପାଣି ବଢୁଛି। ମାଲକାନଗିିରିରୁ ମୋଟୁକୁ ଏବଂ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। More

  • Chandan Shishu
  • 3 years ago

ଆସିଲେ ନୂଆ ଚରିତ୍ର: ଘଟଣା ଦିନ ଉପସ୍ଥିତ ଥିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର। More

  • Satyendu Shekher Mishra
  • 3 years ago

ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ । More