• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ ହ୍ରାସ କରିଏ ଜାମୁକୋଳି

  • ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଜାମୁକୋଳି

ଔଷଧୀୟଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି । ଜାମୁକୋଳିକୁ ଖାଇବା ଦ୍ୱାରା ପାଟି ଘା’ ହେବାର ଆଶଙ୍କା କମ୍ ରହିଥାଏ । ତେବେ ଆସନ୍ତୁ ଜାଣିବା ଜାମୁ କୋଳିର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ।

  • ଜାମୁ କୋଳି ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୁର। ଏହି କାରଣରୁ ଜାମୁକୋଳି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
  • ଜାମୁ କୋଳିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ଯାହା ଶରୀରକୁ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ଯାଗାଇଥାଏ
  • ଜାମୁ କୋଳିର ମଞ୍ଜିକୁ ଆମେ ମଧୁମେହ ରୋଗୀ ମାନଙ୍କ ପାଇଁ ବ୍ୟବହାର କରିଥାଉ । ଜାମୁକୋଳିକୁ ଶୁଖାଇ ଗୁଣ୍ଡକରୀ ଖାଇବା ଦ୍ୱାରା ମଧୁମେହରୁ ଆରାମ ମିଳିଥାଏ ।
  • ଜାମୁ କୋଳି ଖାଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ଉପସମ ମିଳିଥାଏ ଓ ଖାଦ୍ୟ ହଜମରେ ଉନ୍ନତି ମଧ୍ୟ ହୋଇଥାଏ
  • ଶରୀରରେ ଲିଭର୍ ସମସ୍ୟା ଥିଲେ ଜାମୁ କୋଳି ରସ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
  • ଜାମୁ କୋଳି ଏକ କମ୍ କ୍ୟାଲୋରୀଯୁକ୍ତ ଫଳ ଯାହା ଫାଇବରରେ ଭରପୂର ଅଟେ । ଶରାରୀର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଜାମୁକୋଳି ।

  • ଜାମୁକୋଳି ଖାଇବା ଦ୍ୱାରା କିଡନି ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରତିଦିନ ଜାମୁକୋଳି ମଞ୍ଜିର ଗୁଣ୍ଡକୁ ଦହିରେ ମିଶାଇ ଖାଇବା ଦ୍ୱାରା ଶରୀରେ କିଡନୀ ସମସାରୁ ମୁକ୍ତି ମିଳିଥାଏ ।
  • ଜାମୁକୋଳି ସେବନ କରିବା ଦ୍ୱାରା ଗଳା ରୋଗରୁ ଆରମ୍ ମିଳିଥାଏ । ପାଟି ଓ ଗଳାରେ ଯଦି କୌଣସି ସଂକ୍ରମଣ ହୋଇ ଘା ହୋଇଥାଏ ତେବେ ପ୍ରତିଦିନ ଜାମୁକୋଳି ପତ୍ରକୁ ପାଣିରେ ଫୁଟାଇ କୁଳି କରିବା ଦ୍ୱାରା ଏହାର ଉପସମ ହୋଇଥାଏ ।
  • ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ତେଲରେ ଉଷୁମ କରି କାନରେ ପକାଇବା ଦ୍ୱାରା କାନ  ସମସ୍ୟା ଦୂର ହୋଇଥାଏ । କାନରେ ଘା କିମ୍ବା ପୂଜ ହୋଇଯାଇଥିଲେ ଏହି ତେଲ ପକାଇବା ଦ୍ୱାରା ଏହା ଶୀଘ୍ର ଭଲ ହୋଇ ଯାଇଥାଏ ।