Advertisment

କେମିତି ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ?

ଗତ ୧୯ ତାରିଖରେ ପ୍ରଦୀପ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୫ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍‌ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

author-image
Chandan Shishu
କେମିତି ଅଛନ୍ତି  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ?

Opposition Leader Pradipta Naik

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ହେଲେ ଏବେ ବି ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଆଜି ନିଜେ ସେ ନିଜର ସୋସିଆଲ୍ ମିଡିଆ ପେଜ୍‌ରେ ନିଜ ଫଟୋ ପୋଷ୍ଟ କରି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଦୀପ୍ତ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ମାଣିକେଶ୍ୱରୀଙ୍କ ଅପାର କୃପାରୁ ସେ ସୁସ୍ଥ ହେଉଛନ୍ତି। ତାଙ୍କ ପାଇଁ ଭଗବାନଙ୍କ ପାଖରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିବା ଏବଂ ତାଙ୍କୁ ଭଲ ପାଉଥିବା ଲୋକଙ୍କ ପ୍ରାର୍ଥନା ଯୋଗୁଁ ସେ ସୁସ୍ଥ ହେଉଛନ୍ତି।  ଏଥିପାଇଁ ସମସ୍ତ ଶୁଭେଚ୍ଛଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Advertisment

ସେହିପରି ଫେସବୁକ୍ ଓ ଟ୍ବିଟର ଜରିଆରେ ରାଜ୍ୟର ବହୁ ଲୋକ ତାଙ୍କୁ ସମସ୍ୟା ଜଣାଉଛନ୍ତି। ହେଲେ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ସେମାନଙ୍କ ସହ ମିଶିପାରୁନାହିଁ। ତଥାପି ଯାହା କିଛି ସମସ୍ୟା ଦୃଷ୍ଟିଗୋଚର ହେଉଛି ତାହାକୁ ଚିଠି ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଉଛି। ସମ୍ପୂର୍ଣ୍ଣ ଭଲ ହୋଇ ଖୁବ ଶୀଘ୍ର ଲୋକଙ୍କ ସହ ମିଶିବି ବୋଲି ଲେଖିଛନ୍ତି ଭବାନୀପାଟଣାର ବିଧାୟକ।

ପ୍ରକାଶଥାଉକି,  ଗତ ୧୯ ତାରିଖରେ ପ୍ରଦୀପ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୫ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍‌ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଦୀପ୍ତଙ୍କ ପରିବାର ସହ କଥା ହୋଇ ପ୍ରଦୀପ୍ତ ଆଶୁ ଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ଓ ଶୁଭେଚ୍ଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। 

Advertisment
Odisha News Pradipta Naik
Advertisment
Advertisment