• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odisha Cyclone Warning
ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ: କେଉଁଠି କରିବ ଲ୍ୟାଣ୍ଡଫଲ୍‌, ଜାଣନ୍ତୁ

ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Police Lathi Charge
ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ! ପୋଲିସ-ପବ୍ଲିକ୍ ମୁହାଁମୁହିଁ

ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

Odraf Jawan Sitaram Murmmu
ସୀତାରାମଙ୍କୁ ଝୁରୁଛି 'ଡକେଇପାଳ'

ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି।

stone carving
ସୁନାମଧନ୍ୟ ଶିଳ୍ପୀ ! ପ୍ରମୋଦଙ୍କ ହାତ ପରଶରେ ଜୀବନ୍ତ ହୋଇ ଉଠନ୍ତି ମାଟି, ପଥର, ଫାଇବର

ଘସିପୁରା ବ୍ଳକ ଅଳତୀ ଗ୍ରାମର ଶ୍ରୀନିବାସ ବରାଳ ଓ ମାତା ନିର୍ମଳାଙ୍କ ବଡ଼ ପୁଅ ପ୍ରମୋଦ। ତାଙ୍କ ହାତ ପରଶରେ ମାଟି ଓ କାନଭାସରେ ଗଢିଉଠେ ଅନନ୍ୟ ପ୍ରତିମା । କାଠ, ପଥର ,ସିମେଣ୍ଟ ଏବଂ ଫାଇବରରେ ତିଆରି ହୁଏ ଆର୍କଷଣୀୟ କାରୁକାର୍ଯ୍ୟ ଓ ଦେବାଦେବୀ ମୂର୍ତ୍ତୀ । ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ ପରେ ସରକାରୀ ମହାବିଦ୍ୟାଳୟ ଖଲିକୋଟରୁ କଳାରେ ଡିଗ୍ରୀ ହାସଲ କରି ନିଜକୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ।

DRDO Espionage case
ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ !

ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ ଫୋନ୍ ନମ୍ବର ସମ୍ପର୍କରେ ଏବେ ଖୋଲତାଡ଼ କରାଯାଉଛି।

Angry Elephant
ମହାନଦୀ ପଠାରୁ ଉଦ୍ଧାର ହେଲା ହାତୀର ମୃତ ଦେହ

କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି। ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ।

Rainfall Alert
ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

deadbody
ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ

ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।

rescue operation
ଜୀବନଠାରୁ ବଡ଼ ଖବର କିଛି ନାହିଁ !

ଜୀବନଠାରୁ ବଡ଼ ଷ୍ଟୋରି ବା ଖବର ଆଉ କିଛି ନାହିଁ। ନିଜ ଜୀବନକୁ ବିପନ୍ନ କରି ବା ଅନ୍ୟର ଜୀବନକୁ ବିପଦରେ ପକାଇ ସମାଜକୁ ଖବର ଦେବାର ପରିଣାମ ସବୁବେଳେ ସକାରାତ୍ମକ ହୋଇନଥାଏ।

Bodies Found Hanging
ଶରଧାପୁର ଗାଁରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 ଶରଧାପୁର ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ବର୍ଷେ ପୂର୍ବେ ସିନାପାଲି ଅଞ୍ଚଳରେ ବିବାହ କରିଥିଲେ । ତେବେ କିଛି ଦିନ ତଳେ ଉକ୍ତ ଯୁବତୀ ଜଣକ ନିଜ ବାପ ଘର ଶରଧାପୁରକୁ ଆସିଥିଲେ ।

Cyclone
କାହିଁକି ବାରମ୍ବାର ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼?

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି

Noodles pakoda
ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘ନୁଡୁଲ୍ସ ପକୋଡ଼ା’

କେବେ ଆପଣ ନୁଡୁଲ୍ସର ପକୋଡ଼ା ଖାଇଛନ୍ତି କି? ଆଜି ଆମେ ଆପଣଙ୍କୁ ଏକ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନୁଡୁଲ୍ସ ପକୋଡ଼ା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Samiti Member Shot Dead
ଢେଙ୍କାନାଳ ବାରୁଆଁରେ ସମିତିସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧିନ ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଗତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ଅଛି । ଆଜି ସକାଳୁ ଜାମୁଝରା ପାଖରେ ଦୀପକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।

imd dg
’ଆସୁଛି ଗୁଲାବ,କାଲି ସଂଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା’ : ଆଇଏମଡି ଡିଜି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଗଭୀର ଅବପାତଦକ୍ଷିଣ ଓଡ଼ିଶାର ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି ।

bus stand baramunda
ବସ୍‌ଷ୍ଟାଣ୍ଡରେ ଦୁଇ ପିଲାଙ୍କୁ ଛାଡ଼ି ଦେଇ ଚମ୍ପଟ ମାରିଲା ବାପା....

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି। ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି

weather updates
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପ୍ରସ୍ତୁତି, ଓଡ୍ରାଫ୍ ଓ NDRFଙ୍କୁ ଆଲର୍ଟ

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ। 

arindam das
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ୪ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ୪ ଲକ୍ଷ ମଂଜୁର କରାଯାଇଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଂଜୁରୀ ନେଇ ମାନସ ମଙ୍ଗରାଜ ଟୁଇଟ୍ କରି ଜଣାଇଛନ୍ତି।

Odisha Cyclone Warning
ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ! ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ବହିବା ସମ୍ଭାବନା

ଆସନ୍ତା କିଛି ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଦ୍ୟତମ ସୂଚନା ଅନୁସାରେ ଏହା ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବ ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି ।

Elephant Gets Stuck Near Barrage
କୁଆଡ଼େ ଗଲା ମୁଣ୍ଡଳିରେ ଫସି ରହିଥିବା ହାତୀ ? ଖୋଜାଖୋଜି ପରେ ବି ପତ୍ତା ମିଳୁନି

ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

Covid 19 Odisha Updates
ରାଜ୍ୟରେ ଚିହ୍ନଟ ୬୦୨ ପଜିଟିଭଙ୍କ ମଧ୍ୟରୁ ୭୯ ଜଣ ୧୮ ବର୍ଷରୁ କମ୍ ବର୍ଗର

ଜ୍ୟରେ ଆଜି ପୁଣି ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି।   ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

Cyclone Alert
ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି : ଗଜପତି ଜିଲ୍ଲାରେ ଛୁଟି ବାତିଲ, ସେପଟେ ଜିଲ୍ଲାବାସୀଙ୍କୁ ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ

ବାତ୍ୟା ପାଇଁ ଗଜପତି ଜିଲ୍ଲାରେ ଛୁଟି ବାତିଲ । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଜରୁରୀ ପରିସ୍ଥିତିର ସାମ୍ନା କରିବା ପାଇଁ ଅଫିସରଙ୍କୁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି । ବାତ୍ୟା ପ୍ରଭବରେ ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Cyclone alert issued for Andhra, Odisha
ଆସୁଛି ବାତ୍ୟା : ଗୋପାଳପୁର- ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ !

ମାଡ଼ି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇସାରିଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି ବାତ୍ୟା ।

ODRAF Boat Mishap
ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ :ନିଖୋଜ ଓଡ୍ରାଫ ଯବାନଙ୍କ ସମ୍ପର୍କରେ SRCଙ୍କ ସାନି ସୂଚନା

ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି ।

DRDO information leak case
DRDO ତଥ୍ୟ ଚୋରି ମାମଲା; ବିବାହର ପ୍ରତିଶ୍ରୁତି ଦେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଗଲା ରହସ୍ୟମୟୀ ସୁନ୍ଦରୀ

DRDO ତଥ୍ୟ ଚୋରି ଘଟଣାରେ ଦିନକୁ ଦିନ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀଙ୍କୁ ହନି ଟ୍ରାପ୍‌ରେ ପକାଇଥିବା ସୁନ୍ଦରୀ ବିଷୟରେ ଅନେକ କଥା ଜାଣିବାକୁ ମିଳିଛି ତଦନ୍ତକାରୀ ଟିମ୍‌କୁ। 

  • Saturday, 25 September 2021
  • DRDO
Chief Justice of India Justice NV Ramana a
ଜଗା ଦର୍ଶନ କଲେ ପ୍ରଧାନ ବିଚାରପତି

 ଗତକାଲି ନିର୍ଦ୍ଧାରିତ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା ପୁରୀରେ ପହଞ୍ଚିଥିଲେ। ରାତି ୯ଟା ୨୦ ମିନିଟରେ ମୁଖ୍ୟ ବିଚାରପତି ପୁରୀ ମେଫେୟାର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ର, ଫାଇଭ ଟି ସଚିବ ଭିକେ ପଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ ପରେ ପ୍ରାୟ ରାତ୍ର ୧୧ଟା ୧୦ ମିନିଟ୍ ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ।