/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632240620.jpg)
Bhubaneswar Bar
ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି । ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ । ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍ରେ ପୋଲିସ । ନିୟମ ଉଲ୍ଲଙ୍ଘନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି । କହିଛନ୍ତି ଏଣିକି ନିୟମର ଖିଲାପ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ତାସହିତ ନିୟମ ଭାଙ୍ଗୁଥିବା ବାରମାଲିକଙ୍କୁ ସାବାଡ୍ ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ସ୍କ୍ୱାର୍ଡ ପ୍ରତିଦିନ ବାରରୁ ବାର ବୁଲି ଚେକିଂ କରିବ । ଯେଉଁମାନେ ନିୟମ ଖିଲାପ କରୁଥିବେ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ବୋଲି ଡିସିପି ଚେତାଇ ଦେଇଛନ୍ତି ।
Also Read
ଏପଟେ ବିଏମ୍ସି ଓ ପୋଲିସ ଆକ୍ସନ ମୋଡ୍କୁ ଆସିବା ପରେ ଛାନିଆ ବାର୍ ମାଲିକ । ରେଡ୍ ପାଇଁ ଯାଇଥିବା ବିଏମ୍ସି କର୍ମଚାରୀଙ୍କୁ ଲିଫ୍ଟରେ ଅଟକ ରଖାଯିବା ଘଟଣାକୁ ବାର ମାଲିକ ସଂଘ ନିନ୍ଦା କରିଛି । କିଛି ଲୋକ କୋଭିଡ୍ ନିୟମ ଭାଙ୍ଗିଥିବାରୁ ଦୁଃଖିତ ବୋଲି ସଂଘ କହିଛି । ତେବେ ରାତି ୯ଟା ପରେ ହିଁ ବାରରେ ବ୍ୟବସାୟ ଜମେ । ତେଣୁ ରାତି ୧୦ଟାରେ ବାର ବନ୍ଦ କରିବା ସମ୍ଭବ ନୁହେଁ ବୋଲି ସଂଘ ମତ ଦେଇଛି । ବାର ଖୋଲିବା ସମୟକୁ ଟିକେ କୋହଳ କରିବା ଲାଗି ସଂଘ ସରକାରଙ୍କୁ ନିବେଦନ କରିଛି । ଅନ୍ୟପକ୍ଷରେ ମାଲିକମାନେ ନିୟମ ଅନୁସାରେ ବାର ଖୋଲନ୍ତୁ ବୋଲି କହିଛନ୍ତି ବିଏମ୍ସି କର୍ତ୍ତୃପକ୍ଷ ।
ଗଲା ୧୭ ତାରିଖରୁ ଏଯାଏଁ ରାଜଧାନୀରେ ୫ଟି ବାର ସିଲ୍ ହୋଇଛି । ସେହିପରି ବିଏମ୍ସି କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବାର ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ୧୮ ତାରିଖ ରାତିରେ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ବିଳମ୍ବିତ ରାତି ଯାଏଁ ବାର ଚାଲିଥିବା ଅଭିଯୋଗ ଆସିବା ପରେ ଚଢାଉ କରିଥିଲା ବିଏମ୍ସି । ତେବେ ବାର୍ କର୍ମଚାରୀ ବିଏମ୍ସି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଲିଫ୍ଟରେ ଫସାଇ ଦେଇଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)