Cowin Data Leak : ସତରେ କ’ଣ କୋୱିନ୍ ପୋର୍ଟାଲରୁ ତଥ୍ୟ ଲିକ୍ ହୋଇଛି ? କ’ଣ କହୁଛନ୍ତି ସରକାର .. .
ଗୁପ୍ତଚରୀ ଘଟଣାର ସିବିଆଇ କିମ୍ବା ଏନ୍ଆଇଏ ତଦନ୍ତ କରାଇବା ଲାଗି ଦାବି କରି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି ।
ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍ କରିଥିବା ସୂଚନା ମିଳିଛି।
DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।
ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍ ଯେତେ ଖୋଳୁଛି, ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।
ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା