• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦ ସଂଗୀତାଙ୍କୁ କାଉଣ୍ଟର କଲେ ଶ୍ରୀମୟୀ

ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହିଁ । ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ କଥା କଟାକଟି ହୋଇଥିବା ଦେଖାଯାଇଛି । More
  • Satyendu Shekher Mishra
  • 3 years ago

ବିଶେଷଜ୍ଞଙ୍କ ମତ, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ପରିବାରିକ ହିଂସା ବଢ଼ିଛି

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି । More
  • Satyendu Shekher Mishra
  • 3 years ago

ଆଗରୁ କହୁଥିଲେ ୨୭ ଏବେ କହୁଛନ୍ତି ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ !

ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି । More
  • Satyendu Shekher Mishra
  • 3 years ago

ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି, ରାସ୍ତା ଉପରେ ବି ପାଣି ! କାରଣ ହଠାତ୍‌ ମାଡ଼ି ଆସିଲା ବନ୍ୟା ଜଳ..

ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍‌ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ । More
  • Satyendu Shekher Mishra
  • 3 years ago

କାହାକୁ Hi.. ତ ଆଉ କାହାକୁ Love Uh.. କହି ବାୟା କରିଥିଲା ମାୟାବିନି

ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU କହି । More
  • Satyendu Shekher Mishra
  • 3 years ago

ସୀମାବିବାଦ ସମସ୍ୟା ନେଇ ଆନ୍ଧ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ଦେଲେ ୪ ପ୍ରସ୍ତାବ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ସେ ୪ଟି ପ୍ରସ୍ତାବ ଦେଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରସ୍ତାବ ଦେବା ସହିତ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ମଧ୍ୟ କହିଛନ୍ତି । More
  • Sarbeswar
  • 3 years ago

ଗୁଲୁଗୁଲା ଦେଇ ୨୦ କୁକୁରକୁ ମାରିଦେଲା ଜଳଖିଆ ଦୋକାନୀ !

ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। More
  • Sarbeswar
  • 3 years ago

ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। More
  • Sarbeswar
  • 3 years ago

ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ More
  • Sarbeswar
  • 3 years ago

ପୈତୃକ ଘରକୁ ଫେରୁଛି ଓମାନରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତ ଦେହ

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି More
  • Prangyan Parimita
  • 3 years ago

ଚମ୍ପିର ଏକଦଶାହ କ୍ରିୟା : ପୋଷା କୁକୁରର ମୃତ୍ୟୁ ପରେ ଶୁଦ୍ଧି ହେବା ସହ ଲଣ୍ଡା ହେଲେ ମାଲିକ

ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ଭୋଜି ଭାତର ଆସର । ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ଗୋଟିଏ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ମଣିଷ ଭଳି କ୍ରିୟା କର୍ମ ବି ହୋଇଛି । More
  • Rajalaxmi Sahoo
  • 3 years ago

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ, ଷ୍ଟେଜ୍‌ ଭଙ୍ଗାରୁଜା ସହ ଟେଣ୍ଟ ଓପାଡ଼ିଲେ

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି। More
  • Prangyan Parimita
  • 3 years ago

NGT ନିୟମରେ ଢଙ୍କା ଯାଇପାରିବନି ପ୍ରାକୃତିକ ନାଳ ! ଡ୍ରେନ୍ ସମସ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଏମସି କମିଶନର 

ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି । More
  • Minati Mishra
  • 3 years ago

ଭାଙ୍ଗିଲା ଜଳକା ନଦୀବନ୍ଧ, ୫ ଶହ ଫୁଟର ଘାଇ

ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି  ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।  More
  • Prangyan Parimita
  • 3 years ago

ଆନ୍ଦୋଳନକାରୀଙ୍କୁ ଲୋକ ଲଗାଇ ମରଣାନ୍ତକ ଆକ୍ରମଣ ? ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି More
  • Minati Mishra
  • 3 years ago

ଚାଷ ପାଇଁ ଛାଡ଼ି ଦେଲେ ଓଏଏସ୍‌ ଚାକିରି; ଆଜି ସଫଳ ଚାଷୀଭାବେ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କା। More
  • Prangyan Parimita
  • 3 years ago

କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ


କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ । ତା ନିକଟରୁ ୭ ଲକ୍ଷ ଟଙ୍କାର ଧଳାଜହର ସାଙ୍ଗକୁ ଏକ ରିଭଲଭର ଓ ୫ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି । ଗିରଫ ଯୁବକର ନାଁ ଭାବଗ୍ରାହୀ ସାହୁ ।  ତେବେ ତା’ ନିକଟରୁ ଏତେ ବ୍ରାଉନସୁଗାର କେଉଁଠୁ ଆସିଲାଳ ସେ ନେଇ ଖୋଳତାଡ଼ କରୁଛି ଭରତପୁର ଥାନା ପୋଲିସ ।  
 

  • Prangyan Parimita
  • 3 years ago

ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ୨ ଗିରଫ

ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ୨ ଗିରଫ । ସମ୍ବଲପୁର ଯୁଯୁମରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ବେରେଲ, ବନ୍ଧୁକ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିଛି । ଯୁଯୁମରା ବାସୁପାଲି ଗାଁର ଦମ୍ପତି ତାରିଣୀ ପ୍ରଧାନ ଓ ସ୍ତ୍ରୀ ଜନନୀ ପ୍ରଧାନ ବହୁ ବର୍ଷ ହେବ ନିଜ ଘରେ ଲୁହା କାମ କରିବା ନାଁରେ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରିଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଯୁଯୁମୁରା ପୋଲିସ ଚଢ଼ାଉ କରିଥିଲା  । ତେବେ ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ତାରିଣୀ ପ୍ରଧାନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଜନନୀ ପ୍ରଧାନ ଓ ବନ୍ଧୁକ ତିଆରିରେ ସହଯୋଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।
 

  • Prangyan Parimita
  • 3 years ago

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର । ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି । ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି । ପ୍ରଦୀପ ଓମାନରେ ଏକ ଘରୋଇ କଂପାନିରେ କାମ କରୁଥିଲେ । ଗତ ୧୪ ତାରିଖରେ ସେ ରାସ୍ତା ପାର ହେବା ବେଳେ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା । 
 

  • Prangyan Parimita
  • 3 years ago

ଆସନ୍ତାକାଲି ଠାରୁ ନୂତନ ବ୍ୟବସ୍ଥାବଳୀ ଅନୁସାରେ ଶ୍ରୀମନ୍ଦିରର ନୀତି

ଆସନ୍ତାକାଲି ଠାରୁ ନୂତନ ବ୍ୟବସ୍ଥାବଳୀ ଅନୁସାରେ ଶ୍ରୀମନ୍ଦିରର ନୀତି ହେବ । ଭୋର ସାଢେ ୪ଟାରେ ଦ୍ୱାର ଫିଟା ନୀତି ସହ ଦୈନନ୍ଦିନ ଅନ୍ୟାନ୍ୟ ନୀତି ବଢ଼ି, ରାତି ୧୧ଟାରେ ପହୁଡ ନୀତି ସମ୍ପାଦନ ହେବ । ସଅଳ ନିତିକାନ୍ତି ହେଲେ ଅଧିକ ସମୟ ମିଳିବା ସହ ଅଧିକ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ମହାପ୍ରସାଦ ପାଇପାରିବେ । ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇ ନିତିକାନ୍ତି ନିର୍ଦ୍ଧାରଣ କରାଯାଇଛି । ଶ୍ରୀମନ୍ଦିରରେ ଦୈନନ୍ଦିନ ନିତିକୁ ଶୃଙ୍ଖଳିତ ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ବୈଠକ ହୋଇଥିଲା ।  
 

  • Prangyan Parimita
  • 3 years ago

ସୁରତର ମଜୁରା ଗେଟ୍ ଅଂଚଳରେ ଭଙ୍ଗା ହେଲା ପୁରୁଣା ବିଲ୍ଡିଂ

ସୁରତର ମଜୁରା ଗେଟ୍ ଅଂଚଳରେ ଏକ ପୁରୁଣା ବିଲଡିଂକୁ ଭାଙ୍ଗି ଦିଆଯାଇଛି ।  ଏହି ବିଲ୍ଡିଂକୁ ଛମାସ ତଳେ ବିପଜ୍ଜନକ ଘୋଷଣା କରାଯାଇଥିଲା । ଏଥିପାଇଁ ବିଲଡିଂରେ ରହୁଥିବା ସମସ୍ତଙ୍କୁ ଖାଲି କରାଯାଇଥିଲା,  ଏହା ପରେ ପୁରୁଣା ବିଲ୍ଡିଂକୁ ଭଙ୍ଗାଯାଇଥିଲା ।  
 

  • Rajalaxmi Sahoo
  • 3 years ago

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। More

  • Minati Mishra
  • 3 years ago

DRDOରୁ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତଙ୍କଠାରୁ ସତ ଓଗାଳିବେ ବାୟୁସେନା ଅଧିକାରୀ

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍‌ ଯେତେ ଖୋଳୁଛି,  ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ  ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା । More

  • Prangyan Parimita
  • 3 years ago

ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି । More

  • Rajalaxmi Sahoo
  • 3 years ago

ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ

ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି। More

  • Prangyan Parimita
  • 3 years ago

ରାୟଗଡାର ସ୍ୱେଚ୍ଛାସେବୀ ଆପୁଲୁସ୍ୱାମୀ କାଡ୍ରାକା : ଗରିବ ନିଃସହାୟ ଲୋକଙ୍କ ଶବ ସତ୍କାର ପାଇଁ ମାଗଣାରେ ଯୋଗାନ୍ତି କାଠ

ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ । More

  • Rajalaxmi Sahoo
  • 3 years ago

Daily Horoscope, 22 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୨ ତାରିଖ, ବୁଧବାର, କନ୍ୟା ୬ ଦିନ, ଆଶ୍ୱିନ ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ରେବତୀ ନକ୍ଷତ୍ର । ଜାଣନ୍ତୁ, ଆଜି କେମତି କଟିବ ଆପଣଙ୍କ ଦିନ.... More

  • Prangyan Parimita
  • 3 years ago

ମୁଖ୍ୟମନ୍ତ୍ରୀ ଆଜି ଟିଟିଲାଗଡ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କରିବେ 


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟିଟିଲାଗଡ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କରିବେ ।  ଏଥିସହ ବେଲଗାଁ ଠାରେ ତିଆରି ହୋଇଥିବା ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବେ ।  ତେବେ ଏହି ପ୍ରକଳ୍ପକୁ ନେଇ ପୁଣି ବିବାଦ ଦେଖାଦେଇଛି  । ପ୍ରକଳ୍ପ ହୋଇଥିବା ଜାଗା ଭିତରେ ୩୮ ଡିସିମିଲ ଜମି ନିଜର ଥିବା ଦାବି କରିଛନ୍ତି ପ୍ରସାଦି ପୁଟେଲଙ୍କ ପରିବାର  ।  ଏନେଇ ସେମାନେ ପ୍ରକଳ୍ପ ଗେଟ୍ ସମ୍ମୁଖରେ ଧାରଣାର ବସିଥିଲେ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି   ।
 

  • Prangyan Parimita
  • 3 years ago

ଭୁବନେଶ୍ୱରରେ ଅନେକ ଡ୍ରେନ୍ ଏବେ ବି ମୁକୁଳା ପଡିଛି


ଭୁବନେଶ୍ୱରରେ ଅନେକ ଡ୍ରେନ୍ ଏବେ ବି ମୁକୁଳା ପଡିଛି । ଡ୍ରେନ୍ ଉପରେ ଖଣ୍ଡେ ସ୍ଲାବ ନାହିଁ । ଗତ ୬ବର୍ଷ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନରେ ୫ରୁ ଅଧିକ ଜୀବନହାନୀ ହୋଇଛି । ସବୁବେଳେ ପିଲାଙ୍କ ଯାଆସ ଭିତରେ କେତେବେଳେ କି ଅଘଟଣ ଘଟିବ, ସେ କଥା କହିବା ମୁସ୍କିଲ୍ । ଭୁବନେଶ୍ୱର ଶିରିପୁରର ଶତାବ୍ଦୀ ନଗରରେ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପରେ ଏବେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । 
 

  • Prangyan Parimita
  • 3 years ago

ନୀଳଗିରିରେ ହାତୀ ଆତଙ୍କ

ନୀଳଗିରିରେ ହାତୀ ଆତଙ୍କ । ଗାଁରେ ପଶିଛି ଝାଡଖଣ୍ଡୀ ହାତୀ । ଆଜି ସକାଳୁ ଗୋଟିଏ ଦନ୍ତାହାତୀ ଆସି ମିତ୍ରପୁର ନିକଟ ଜଂଗଲରେ ରହିଛି । ମୟୂରଭଂଜ ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ଦନ୍ତାହାତୀଟି ପଶିଥିବା ସୂଚନା ମିଳିଛି । ସାଧାରଣତଃ ପାଇଲଟ ହାତୀ ଆସିବାପରେ ଅନ୍ୟ ହାତୀପଲ ଆସିଥାନ୍ତି ।  ତେଣୁ ଦନ୍ତାହାତୀକୁ ଘଉଡାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
 

  • Prangyan Parimita
  • 3 years ago

ରାଜ୍ୟରେ ପୁଣି ୭୩୪ ପଜିଟିଭ ଚିହ୍ନଟ, ୪ ମୃତ

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୪ ଓ ଲୋକାଲ କେସ୍- ୩୧୦ ଚିହ୍ନଟ ହୋଇଛନ୍ତି । More

  • Prangyan Parimita
  • 3 years ago

୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୪ ଜିଲ୍ଲା ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପଟେ ସମସ୍ତ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । More

  • Satyendu Shekher Mishra
  • 3 years ago

ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି, ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ

ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ । More

  • Satyendu Shekher Mishra
  • 3 years ago

ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..

ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ । More

  • Satyendu Shekher Mishra
  • 3 years ago

କିଏ କାହାର କରୁଛି ନକଲ ? କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । More

  • Satyendu Shekher Mishra
  • 3 years ago

ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? ମୁକୁଳା ଡ୍ରେନ୍‌ ନେଲାଣି ୬ ମୁଣ୍ଡ ? ଦାୟୀ କିଏ ?

ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ । More

  • Satyendu Shekher Mishra
  • 3 years ago

ମନି ଆଉ ହନିଟ୍ରାପ୍‌ ପରେ ହେଉଥିଲା ଡିଲ୍‌, ବାୟୁସେନା ବି କରୁଛି ଜେରା

ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ । ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ । More