Advertisment

ପ୍ରଣବ ଆଇନ ବିଷୟରେ ଅଜ୍ଞ: ପୀତାମ୍ବର

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

author-image
Chandan Shishu
ଅଦ୍ୟତନ ହୋଇଛି
Bjp-Bjd  face up

Bjp-Bjd face up

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡରେ ବିଜେଡିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ବିଶେଷ କରି ସୋସିଆଲ ମିଡିଆରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ନେଇ ପୀତାମ୍ବର କହିଛନ୍ତି, ପ୍ରଣବ ଆଇନ ବିଷୟରେ ଅଜ୍ଞ। ଏପରିକି ଏହା ପ୍ରଣବଙ୍କ ଅଶାଳୀନତାର ପରିଚୟ ବୋଲି କହିଛନ୍ତି ପୀତାମ୍ବର।

Advertisment

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେଇଥିଲେ ଯେ, ମମିତା ମାମଲାରେ ଯଦି କିଛି ପ୍ରମାଣ ଅଛି, ତାହେଲେ ବିରୋଧୀ ଦିଅନ୍ତୁ। ପ୍ରମାଣ ଦେଖିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ।

ଆରପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଦାଲତଙ୍କ ରାୟ ଆସିବା ପରେ ମଧ୍ୟ ଆଇନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ହୋଇପାରୁନାହିଁ। ତେଣୁ ପୀତାମ୍ବର ଚ୍ୟାଲେଞ୍ଜ ଦେଇଛନ୍ତି, ଯଦି ପ୍ରଣବଙ୍କ ଦମ୍ ଅଛି, ଗୃହ ଓ ଆଇନ ବିଭାଗର ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ। ନିରପେକ୍ଷ ତଦନ୍ତକୁ ସମ୍ମୁଖୀନ ହୁଅନ୍ତୁ। ସିବିଆଇ ତଦନ୍ତ କରାଇଲେ, ଦୁଇ ମନ୍ତ୍ରୀ ଦୋଷୀ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ।  

Advertisment

ପୀତାମ୍ବର ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ପୀତାମ୍ବର ଯାହା ତଥ୍ୟ ରଖୁଛନ୍ତି ସଂପୂର୍ଣ୍ଣ ମିଛ। ବିଜେପିର ସଂକୀର୍ଣ୍ଣ ମନୋଭାବ ଭିତରେ ବୋଧହୁଏ ସେ ପେଶି ହେଉଛନ୍ତି। 

Bhubaneswar Odisha Politics Mamita Murder Case
Advertisment
Advertisment