• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ

  • ଯୋଗଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଝାରସୁଗୁଡ଼ା( ଭାଗିରଥୀ ସାହୁ) : ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ, ରାଜ୍ୟ କେବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ବିଧାୟକ କିଶୋର ମହାନ୍ତି, ସଚିବ ରାଜୀବ ବଂଶଲ, Airport authority of india ର ଚେୟରମ୍ୟାନ୍ ସଂଜୀବ କୁମାର କାର୍ଯ୍ୟକ୍ରମ ରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ ହେବ ।

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କର ଉଡାନ ଯୋଜନା, ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଗାଯୋଗ ସ୍କିମ (ଆର୍‌ସିଏସ୍)ର ଉଡ଼ାନ ଯୋଜନାରେ ଆରମ୍ଭ ହୋଇଥିବା ଦେଶର ୫୩ଟି ଆରସିଏସ୍ ବିମାନ ବନ୍ଦର ମଧ୍ୟରୁ ଝାରସୁଗୁଡ଼ା ବିମାନ ବନ୍ଦର ଅନ୍ୟତମ ।

ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି । କିଛି ଦିନ ଭିତରେ ଇଣ୍ଡିଗୋ ମଧ୍ୟ ତାର ସେବା ଆରମ୍ଭ କରିପାରେ । ଖୁବ ଶୀଘ୍ର ଏଠାରେ ଆଉ ୪ଟି ୱେ ଆପ୍ରୋନ କାମ ଆରମ୍ଭ ହେବ । ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ କରିଥିଲେ । ଆଜିର କାର୍ଯ୍ୟକ୍ରମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।