/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637497753.jpg)
Sonepur Child Trafficking
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ନିଖୋଜ ପଛରେ କିଏ ? ଶିଶୁର ପରିବାର ଲୋକଙ୍କ ରହିଛି କି ସମ୍ପୃକ୍ତି ? ଏଦିଗରେ ଏବେ ସନ୍ଦେହ ବଢ଼ିବା ପରେ ଖୋଲତାଡ଼ କରୁଛି ପୋଲିସ୍ । କାରଣ ଆଜି ପ୍ରତାପପୁର-ଶରଧାପାଲି ରାସ୍ତା କଡ଼ରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁ କନ୍ୟାକୁ ରାସ୍ତାକଡ଼ରେ ହିଁ ଛାଡ଼ି ଚାଲି ଯାଇଛନ୍ତି । ପୋଲିସ୍ ଏବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ କରୁଛି । ସହର ମଧ୍ୟରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ୍ ଅଧାରରେ ତଦନ୍ତ ଆଗକୁ ବଢ଼ୁଛି । ଏହି ଘଟଣା ପଛରେ ଶିଶୁ କିଣା ବିକା ଦିଗକୁ ବି ତଦନ୍ତ କରାଯାଉଛି ।
ସୂଚନାଯୋଗ୍ୟ, ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ । ଶୁକ୍ରବାର ସକାଳ ୯ଟା ୧୫ରେ ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଶଯ୍ୟା ଅଭାବରୁ ମାଆ ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ପାଖରେ ତାଙ୍କ ଶାଶୁ ମଧ୍ୟ ଥିଲେ ।
ଅଭିଯୋଗ ଅନୁଯାୟୀ, ଶନିବାର ସକାଳେ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଶାଶୁ ଶିଶୁକନ୍ୟାଟିକୁ ଧରିଥିଲେ । ସେହି ସମୟରେ ଜଣେ ଅଚିହ୍ନା ମହିଳା ଆସି ଶିଶୁକୁ ଟିକା ଦିଆଯିବ କହି ନିଜ ହାତରେ ଧରିଥିଲେ । ଏହାପରେ ଟିକା ଦେବା ବାହାନାରେ ସେଠାରୁ ଶିଶୁକନ୍ୟାକୁ ନେଇ ଫେରାର ହୋଇଯାଇଥିଲେ । ତାକୁ ନେଇ କୁଆଡେ ଫେରାର ହୋଇଯାଇଥିଲେ । ଏହାପରେ ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ କେତେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)