/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740841816.jpg)
IPS Transfer In Odisha
ନା କୌଣସି ଚର୍ଚ୍ଚା ଥିଲା ନା ଥିଲା କୌଣସି ପୂର୍ବାନୁମାନ । ରାତି ଅଧିଆ ୨୬ IPSଙ୍କୁ ମିଶାଇ କମିଶନରେଟ୍ ପୋଲିସରେ ୨ ଡିସିପିଙ୍କ ସହ ଆଡ଼ିସନାଲ୍ ସିପିଙ୍କ ହୋଇଛି ବଦଳି । ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା । କାରଣ ୫ ମାସ ତଳେ କଟକ ଡିସିପି ଜଗମୋହନ ମୀନା ଓ ଭୁବନେଶ୍ବର ଡିସିପି ପିନାକ ମିଶ୍ର ନିଯୁକ୍ତ ହୋଇଥିଲେ ।
ଏବେ ସିପିଙ୍କୁ ଛାଡ଼ି ୨ ଡିସିପି ଓ ଏଡିସିପିଙ୍କୁ ବଦଳି ସହ ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସରେ ୩ ଯୁବ IPSଙ୍କୁ ନିଯୁକ୍ତ କରାଯାଇଛି । ଏପରିକି କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ବିଭାଗରେ ବି ହୋଇଛି ବଡ଼ ପରିବର୍ତ୍ତନ । ତେବେ ଅଚାନକ ଏଭଳି ଅଦଳବଦଳ କାହିଁକି ? ଅପରାଧ ନିୟନ୍ତ୍ରଣ ପାଇଁ ନା କମିଶନରେଟ୍ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସଶକ୍ତ କରିବାକୁ ନୂଆ ଯୋଜନା ? ସେ ନେଇ ବଢ଼ିଛି ଚର୍ଚ୍ଚା ।
୫ ମାସ ଭିତରେ IPS ସ୍ତରରେ ପୁଣି ଏକ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ନୂଆ ସରକାର ଆସିବାର ୯ ମାସ ଭିତରେ ଦୁଇ ଦୁଇ ଥର IPS ସ୍ତରରେ ଅଦଳବଦଳ ହୋଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବର ଡିସିପି ପିନାକ ମିଶ୍ର ବଦଳି କରାଯାଇ ତାଙ୍କ ଜାଗାରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି । ଜଗମୋହନଙ୍କ ଜାଗାରେ ବଲାଙ୍ଗିର ଏସପି ଖିଲାରୀ ରିଷିକେଶଙ୍କୁ କଟକ ଡିସିପିି କରାଯାଇଛି । ପଦୋନ୍ନତି ପାଇଥିବା ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ନିଯୁକ୍ତ କରାଯାଇଛି ।
ଅଧିକ ପଢ଼ନ୍ତୁ: ମହ ମହ ବାସିଲା କଟକ; ଆଉ କେତେ ଦିନ... କଟକ ଦହିବରାକୁ GI ଟ୍ୟାଗ୍?
କିନ୍ତୁ, ୨୦୦୮ ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ସେବା ବିଭାଗକୁ ବଦଳିକୁ ନେଇ ଚର୍ଚ୍ଚା ବଢ଼ିଛି । କାରଣ ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଉମାଶଙ୍କର ଗତ ସେପ୍ଟେମ୍ବର ଟୁଇନସିଟି ଅତିରିକ୍ତ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏବେ ଉମାଶଙ୍କର ଦାଶଙ୍କୁ ହଟାଇ ଅବକାରୀ କମିଶନର ନରସିଂହ ଭୋଳଙ୍କୁ ଟୁଇନସିଟି ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି ।
ଏଭଳି ସ୍ଥିତିରେ କମିଶନରେଟ୍ ପୋଲିସରେ ପ୍ରଥମ ଥର ପାଇଁ ତିନି ତିନି ଜଣ ଯୁବ IPSଙ୍କୁ ନିଯୁକ୍ତ କରାଯାଇଛି । ଜୟପୁର SDPO ଅଙ୍କିତ କୁମାର ବର୍ମା ଏବଂ ପଦ୍ମପୁର SDPO ଅମ୍ରିତ ପାଲ୍ କୌରଙ୍କୁ ଭୁବନେଶ୍ବର ଅତିରିକ୍ତ DCP, ସୁନ୍ଦରଗଡ଼ ବଣାଇ SDPO ସୋନାଲି ସିଂ ପରମାରଙ୍କୁ କରାଯାଇଛି ଭୁବନେଶ୍ବର ACP । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୫ ମାସ ତଳେ ନିଯୁକ୍ତ ହୋଇଥିଲେ କଟକ ଓ ଭୁବନେଶ୍ବର ଡିସିପି । ହେଲେ କାହିଁକି ଅଚାନକ ଏଭଳି ବଦଳି ? ଆଇନ୍ଶୃଙ୍ଖଳା ସ୍ଥିତି ବିଗିଡ଼ିବା, ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିବା ନା କମିଶନରେଟ୍ ପୋଲିସକୁ ସଶକ୍ତ କରିବାକୁ ଉଦ୍ୟମ?
କମିଶନରେଟ ପୋଲିସ ବ୍ୟତୀତ ୯ ମାସର ନୂଆ ସରକାରଙ୍କ ପାଇଁ ସବୁଠୁ କନଫିଡେଣ୍ଟ ଅଫିସର ପାଲଟିଛନ୍ତି ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ । ତାଙ୍କୁ ଗୁଇନ୍ଦା ଆଇଜି ଭାବେ ଏବେ ଦାୟିତ୍ବ ଦିଆଯାଇଛି । ଏସଏମ୍ ନରଭଣେଙ୍କୁ ପ୍ରିଣ୍ଟିଂ ପ୍ରେସରୁ କାଢି ଏବେ ସ୍ପେଶାଲ ଡିଜି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଦକ୍ଷିଣାଞ୍ଚଳ ଆଇଜି ସାର୍ଥକ ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚ ଆଇଜି ଏବଂ କ୍ରାଇମବ୍ରାଞ୍ଚର ଡିଆଇଜି ହୋଇଛନ୍ତି ବି.ଗଙ୍ଗାଧର ।
ସେପଟେ ସମସ୍ତଙ୍କ ନଜରରେ ଥିବା ଆଇପିଏସ୍ ଅଫିସର ଅଖିଳେଶ୍ବର ସିଂଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି କରାଯାଇଛି । IPS ଅଦଳବଦଳର ସମଗ୍ର ଦୃଶ୍ୟପଟ୍ଟକୁ ଦେଖିଲେ ଲାଗୁଛି, ରାଜ୍ୟ ସରକାର ଏବେ କ୍ରାଇମବ୍ରାଞ୍ଚ ଏବଂ ଗୁଇନ୍ଦା ଉପରେ ଫୋକସ୍ ରଖିଛନ୍ତି । ଏସବୁ ଭିତରେ ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏବଂ କଳାହାଣ୍ଡି ଏସପି ଅଭିଳାଶ ଜିଙ୍କୁ ବଲାଙ୍ଗୀର ଏସପି ଭାବେ ଅବସ୍ଥାପିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)