Advertisment

ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି ବଡ଼ ପ୍ରମାଣ ?

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

author-image
Chandan Shishu
ଅଦ୍ୟତନ ହୋଇଛି
Mamita Murder case

Mamita Murder case

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି କିଛି ବଡ଼ ପ୍ରମାଣ ? ଖୋଲିବ କି ସନସାଇନ୍ ସ୍କୁଲ ଓ ମହାଲିଙ୍ଗ କଲେଜର ଗୁମର ? ଏସବୁର ତଦନ୍ତ ପାଇଁ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ୍। ଗୋବିନ୍ଦଙ୍କ ହସ୍ତାକ୍ଷର ଯାଞ୍ଚ କରିବାକୁ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ଆବେଦନ କରିଛି ପୋଲିସ୍। ଗୋବିନ୍ଦର ହ୍ୟାଣ୍ଡରାଇଟିଂର ଯାଞ୍ଚ କରିବା ପରେ କିଛି ଠୋସ୍ ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଛି। 

Advertisment

ତେବେ ଏହାକୁ କୋର୍ଟରେ ବିରୋଧ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ଅନୁମାନ କରାଯାଉଛି ହ୍ୟାଣ୍ଡରାଇଟିଂ ଟେଷ୍ଟ ପାଇଁ ପୁଣି ଥରେ ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଯାଇପାରେ। ନଚେତ୍ ଜେଲରଙ୍କ ସମ୍ମୁଖରେ ତାଙ୍କ ହ୍ୟାଣ୍ଡରାଇଟିଂ ସଂଗ୍ରହ କରିପାରେ ପୋଲିସ୍। ତେବେ ଆସନ୍ତା ଶୁଣାଣିରେ ଏସମ୍ପର୍କରେ ରାୟ ଶୁଣାଇବେ କୋର୍ଟ।

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

Advertisment
Odisha Mamita Murder Case
Advertisment
Advertisment