/odishatv-khabar/media/post_attachments/uploadimage/library/16_9/16_9_0/ss_1637479165.jpg)
Two sisters drown
କେନ୍ଦ୍ରାପଡ଼ା: କାଳ ହେଲା ପାଣି ଭିତରୁ ଡଙ୍ଗା ଗୋଟାଇବା। ଯୋରରୁ ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜଅଁରା ବାରିମୂଳ ଗାଁରେ ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୨ ବର୍ଷ ବୋଲି ଜଣାପଡ଼ିଛି।
ମୃତକ ଦ୍ୱୟ ୨ ଭଉଣୀଙ୍କ ନାଁ ଶୁଭସ୍ମିତା ମଲିକ ଓ ମଧୁସ୍ମିତା ମଲିକ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ ଭଉଣୀଙ୍କ ମୃତଦେହ ଯୋରରୁ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ଆଜି ସକାଳେ ବିପିନ ମଲ୍ଲିକଙ୍କ ୨ ଝିଅ ଘର ପାଖରେ ଖେଳୁଥିଲେ। ବିପିନ କାମକୁ ଯାଇଥିବା ବେଳେ ମା’ ଘରେ କାମ କରୁଥିଲେ। ଏହି ସମୟରେ ୨ ଭଉଣୀ ଯୋରରେ ଡଙ୍ଗା ଭାସୁଥିବା ଦେଖି ତାହାକୁ ଆଣିବାକୁ ପଳାଇଥିଲେ। ହେଲେ ଅସାବଧାନତା ଯୋଗୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା ଓ ପାଣିରେ ବୁଡ଼ି ଯାଇଥିଲେ।
ଉଭୟଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଉଭୟଙ୍କ ମୃତଦେହ ଯୋରରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)