Advertisment

ଦୁଃଖ ସାଜିଛି ସାଳନ୍ଦୀ ନଦୀ : ମାଟି ଖାଉଛି, ଘର ଭାଙ୍ଗୁଛି

କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
River Erosion Eats Into Farm Land In Odisha, Locals Demand Permanent Solution

River Erosion Eats Into Farm Land In Odisha, Locals Demand Permanent Solution

ଆନନ୍ଦପୁର, ଉଦଳା (ଲୋକନାଥ ସିଂହ,ମାନସ ପାଣି) : କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠାରେ ମାଟି ଘର ସହ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଆଉ ଏହି ନଦୀ ପାଣି ମାଡ଼ି ଏକର ଏକର ଜମି ଜଳମଗ୍ନ ହୋଇ ପଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆଡିବନ୍ଧ ନିର୍ମାଣ କରି ସ୍ଥାୟୀ ପ୍ରତିକାର କରିବାକୁ ଦାବି କରିଛନ୍ତି ।

Advertisment

ସୂଚନା ଅନୁସାରେ, ୩ ଶହରୁ ଅଧିକ ପରିବାର ଏହି ଗାଁରେ ବସବାସ କରନ୍ତି । ହେଲେ କାନପୁରବାସୀଙ୍କ ଦୁଃଖ ପାଲଟିଛି ଶାଳନ୍ଦୀ । କାରଣ ଆଡିବନ୍ଧ ନଥିବାରୁ ନଈର ସୁଅରେ ଅନେକ ଘର ମିଶିଗଲାଣି । ଏହାସହ ମାଟି ଧସି ଘର ଭାଂଗି ନଦୀରେ ଲୀନ ହେଉଛି । ଏପରିକି ଅନେକ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କେତେବେଳେ ଯେ ଘର ପୁରା ଦବିଯିବ କିଏ କହିବ ପୂର୍ବରୁ ଏକ ଆଡିବନ୍ଧ ନିର୍ମାଣ କରାଯାଇଥିଲା । ହେଲେ ଏହା ଭୂସ୍ଖଳନ ରୋକିବାକୁ ଅସମର୍ଥ ଘର ନିକଟରୁ ମାଟି ଧସୁଥିବାରୁ ଲୋକେ ଚିନ୍ତାରେ ଅଛନ୍ତି । ଏକ ସୁଦୃଢ ଆଡିବନ୍ଦଟିଏ ନିର୍ମାଣହେଲେ ଲୋକଙ୍କ ଦୁଃଖ ଦୂର ହୋଇପାରାନ୍ତା ।

ସେପଟେ ମୟୂରଭଂଜ ଜିଲ୍ଲା ଉଦଳା ଅଂଚଳର ଆମ୍ବଡିହାବାସୀଙ୍କ ମଧ୍ୟ ଦୁଃଖ ପାଲଟିଛି । ଦେଓନଦୀ ନିକଟରେ ବହି ଯାଇଥିବା ଦେଓନଦୀରେ ବନ୍ୟା ପାଣି ଆସିଲେ ଆମ୍ବଡିହାବାସୀଙ୍କ ଚିନ୍ତା ଦୁଇ ଗୁଣା ହୋଇଯାଏ । ଗାଁ ଆଖପାଖର ଚାଷଜମି ଜଳମଗ୍ନ ହୋଇପଡେ । ଚଳିତ ବର୍ଷ ବନ୍ୟାରେ ପରିବା ଚାଷ ପୁରା ଉଜୁଡି ଯାଇଥିବାରୁ ଚାଷୀ ଅନେକ କ୍ଷତି ସହିଛନ୍ତି । ଏ ନେଇ ସ୍ଥାନୀୟ ବିଧାୟକଙ୍କୁ ଜଣାଇବାରୁ ସେ ଖୁବଶୀଘ୍ର ସମାଧାନ ନେଇ ପ୍ରସାସନକୁ ଜଣାଇବେ ବୋଲି କହିଛନ୍ତି ।

Advertisment
Odisha
Advertisment
Advertisment