Advertisment

ପରିଚୟ ଖୋଜୁଛି କୋଷ୍ଟ କେନାଲ

ଐତିହାସିକ କୋଷ୍ଟ କେନାଲ। ଦିନେଥିଲା ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟ। ଏହି ବାଟ ଦେଇ ହେଉଥିଲା ବାଣିଜ୍ୟ କାରବାର। ଆମଦାନୀ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା ଏହି କୋଷ୍ଟ କେନାଲ। ବାଣିଜ୍ୟ କାରବାର ପ୍ରମୁଖ ସ୍ଥାନ ନେଇଥିଲା ଏହି କେନାଲ ଏବେ ମୃତପ୍ରାୟ। ପୂର୍ବପରି ନା ଏଇଠି ହେଉଛି ବାଣିଜ୍ୟ କାରବାର ନା ଏହି କେନାଲ ପାଖରେ ଥିବା ଜମି ଶସ୍ୟଶ୍ୟାମଳା ହୋଇପାରୁଛି। କହିବାକୁ ଗଲେ ପୁନଃଉଦ୍ଧାର ଅଭାବରୁ ଭଦ୍ରକର କୋଷ୍ଟ କେନାଲ ଏବେ ବିଲୀନ ହେବାକୁ ବସିଲାଣି।

author-image
Pallipuspa Samal
Historic Coast Canal

Historic Coast Canal

ଭଦ୍ରକ: କୋଷ୍ଟ କେନାଲର ନୌବାଣିଜ୍ୟ କାରବାର ସହିତ ଓଡ଼ିଶାର ଅନେକ ଐତିହ୍ୟ ଆଜିବି ଜଡ଼ିତ ହୋଇ ରହିଛି। ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଏହି କେନାଲ୍ ଖୋଳା ଯାଇଥିବା ଶୁଣିବାକୁ ମିଳେ। ସେତେବେଳେ ରାସ୍ତାଘାଟର ସୁବିଧା ନଥିବାରୁ ଜଳପଥରେ ଗମନାଗମନ ଓ ବାଣିଜ୍ୟ ପରିବହନ ପାଇଁ କୋଷ୍ଟ କେନାଲର ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ଆଗରୁ କେନାଲଟି ବାସୁଦେବପୁର ବ୍ଲକ ଚାରିବାଟିଆଠାରୁ ବାହାରି ପଶ୍ଚିମବଙ୍ଗର ନାସରାବାଦ୍ ପର୍ଯ୍ୟନ୍ତ ଲମ୍ବିଥିଲା। ସେ ସମୟରେ କେନାଲ୍‌ର ଓସାର ୧୨ ମିଟର ଓ ଉଭୟ ପାଶ୍ୱରେ ୧୪ ମିଟର ଜମି ରହିଥିଲା। ଏବେ ତାହା ସମୁଦାୟ ୧୨ ମିଟରରେ ସୀମିତ ହେବାକୁ ବସିଛି।

ଦିନଥିଲା କୋଷ୍ଟ କେନାଲ୍ ଦେଇ ପଶ୍ଚିମବଙ୍ଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଷ୍ଟିମର୍ ଆସି ଚାରିବାଟିଆ ଷ୍ଟିମର୍ ଷ୍ଟେସନ୍‌ରେ ଲାଗୁଥିଲା। ବିଗତ ଦିନରେ ଏହି କେନାଲ ଓଡ଼ିଶା ନୌବାଣିଜ୍ୟର ମୁକସାକ୍ଷୀ ରହିଥିଲା ବେଳେ ରକ୍ଷଣା ବେକ୍ଷଣ ଅବାବରୁ ଆଜି ତାହା ପୋତି ହୋଇ ପଡିଛି।

Advertisment

ସୁଦୀର୍ଘ କୋଷ୍ଟ କେନାଲରେ ଖାଲି ଗମନା ଗମନ ହେଉଥିଲା ତା ନୁହେଁ, କେନାଲ ପାଖ ଚାଷ ଜମି ଜଳସେଚିତ ମଧ୍ୟ ହେଉଥିଲା। ଚାରିବାଟିଆର ମନ୍ତେଇ ନଈଠାରେ ସ୍ଲୁଇସ୍ ଗେଟ୍ ଦେଇ ମଧୁର ପାଣିକୁ ଗଚ୍ଛିତ ରଖାଯାଇ ଏହିଠାରେ ଚାଷ କାମ ସବୁ କରାଯାଉଥିଲା। ଫଳରେ ଶସ୍ୟ ଶ୍ୟାମଳାରେ ଭରି ଉଠୁଥିଲା କେନାଲର ଦୁଇକୂଳ। ହେଲେ ଆଜି ସେହି ଐତିହାସିକ କୋଷ୍ଟ କେନାଲ୍ ପୋତି ହୋଇପଡ଼ିଛି। ଆଜି ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପୁନରୁଦ୍ଧାର ହେବାର ଶୁଣାଯାଉଛି।

କୋଷ୍ଟ କେନାଲକୁ ପୁନରୁଦ୍ଧାର କରାଗଲେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହିତ ପୁଣି ବାଣିଜ୍ୟ କାରବାର ସମ୍ଭବ ହୋଇ ପାରନ୍ତା ଏଥିରେ ସନ୍ଦେହ ନାହିଁ।

Special Styory Historic Coast Canal
Advertisment
Advertisment