/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637552689.jpg)
Andhra Officials’ Deomali Visit Raises Eyebrows
କୋରାପୁଟ : ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ । ଗତକାଲି ଦିନ ପ୍ରାୟ ୧୧ଟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଅଧିକାରୀମାନେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ । ଏସବୁ ଭିତରେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କ ଗତିବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କାରଣ କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡି ଗୁଡିକ କୋଟିଆ ଆଡକୁ ମୁହାଇଲା । ପରେ ସମସ୍ତ ସରକାରୀ ଗାଡ଼ି ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା । ଏ ଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।
କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡିଗୁଡିକ କୋଟିଆ ଆଡକୁ ମୁହାଁଇଥଇଲା । ପରେ ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା ସମସ୍ତ ସରକାରୀ ଗାଡ଼ି । ଏଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।ତେବେ ବିଜୟନଗରମ୍ ଜିଲ୍ଲାପାଳ ସୂର୍ଯ୍ୟାକୁମାରୀ ଏବଂ ୬୦/୭୦ ଜଣ ପ୍ରଶାସନିକ ଅଧିକାରୀ ଦେଓମାଳି ପରେ ପଟ୍ଟାଙ୍ଗି ବ୍ଲକ ଗଲିଗବଦର ଜଳପ୍ରପାତ ଯାଇଥିଲେ । ସେଠାରୁ ପୁଣି ପଟାଙ୍ଗି ବାଟ ଦେଇ ଆନ୍ଧ୍ରପ୍ରଦେଶକୁ ଫେରିଯାଇଥିଲେ ।
ତେବେ ଦେଓମାଳିରେ ଅତିରିକ୍ତ ଜିଲାପାଳ ଏବଂ ଗାଲିଗବଦରରେ ପଟାଙ୍ଗି ପୁଲିସ ଓ ବିଡ଼ିଓ ଜଗି ରହିଥିଲେ। ବିଜୟନଗରମ୍ ଜିଲ୍ଲାପାଳଙ୍କ ସମେତ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଏଭଳି ଆକସ୍ମିକ ଗସ୍ତକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ଏଯାଏ କୋଟିଆ ବିବାଦର ସମାଧାନ ହୋଇ ନ ଥିବା ବେଳେ ପୁଣି ନୂଆ ବିବାଦ ସୃଷ୍ଟି କରିବାକୁ ଆନ୍ଧ୍ର ଅଧିକାରୀ ଏଭଳି ଅଚାନକ ଗସ୍ତ କରିଥିବା ଆଲୋଚନା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)