Advertisment

ପ୍ରସେସନ୍‌ ବେଳେ ମାଡ଼ିଗଲା ଟ୍ରକ୍, ବରପିତାଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Road Accident

Road Accident

ମାଲକାନଗିରି: ବାହାଘର ଶୋଭାଯାତ୍ରାରେ ବର ପିତା ଉପରେ ମାଡ଼ିଗଲା ଟ୍ରକ୍। ସବୁ ଖୁସି ସତେ ଯେପରି କ୍ଷଣିକ ଭିତରେ ପାଣି ଫୋଟକା ପରି ଫାଟିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ପାଣ୍ଡ୍ରିପାଣିରେ।  ବାହାଘର ଶୋଭାଯାତ୍ରା ବେଳେ ବରଯାତ୍ରୀ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୩ ଜଣ ଗୁରୁତର ଅଛନ୍ତି। 

Advertisment

ସୂଚନା ଅନୁସାରେ ପାଣ୍ଡ୍ରିପାଣି ସରପଞ୍ଚଙ୍କ ପୁଅ ବାହାଘରରେ ଶୋଭାଯାତ୍ରା ଚାଲିଥିଲା ଅପରାହ୍ନରେ ନିର୍ଦ୍ଧାରିତ ସମୟରେ ଘରୁ ବାହାରିଥିଲା ବର ଶୋଭାଯାତ୍ରା। ବର ଯାତ୍ରୀମାନେ ୩୨୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଶୋଭାଯାତ୍ରାରେ ଯାଉଥିଲେ। ଠିକ୍‌ ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ଓ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ଏହାଛଡ଼ା ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Advertisment
Road Accident Malkanagiri
Advertisment
Advertisment