• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଝାଞ୍ଜ, ମୃଦଙ୍ଗ, ଶଙ୍ଖନାଦର ଶବ୍ଦ ଭିତରେ ଅନୁଷ୍ଠିତ ହେଲା ରାମସୀତାଙ୍କ ବିବାହ

  • ମନ ମୋହିଲା ରାମସୀତାଙ୍କ ବିବାହ

ଭଦ୍ରକ(ପାର୍ଥ ସାରଥୀ ନାୟକ ) : ଧୁମଧାମରେ ଚାଲିଛି ବିବାହ । ସବୁଆଡେ ବାଜା ବାଣ, ରୋଷଣୀ ଚାଲିଛି । ଭଳି କି ଭଳି ବାଣ ଫୁଟିବା ସହ ଲୋକ ମାନେ ଡିଜେ ଓ ମୃଦଙ୍ଗ, ଘଣ୍ଟ ଘଣ୍ଟାର ତାଳେ ତାଳେ ମତୁଆଲା ହୋଇ ନାଚୁଛନ୍ତି । ଗାଁକୁ ଗାଁ ବୁଲୁଛି ବିବାହ ଶୋଭାଯାତ୍ରା । କି ଛୁଆ କି ପିଲା, ଆବାଳ ବୃଦ୍ଧବନୀତା ସମସ୍ତେ ମତୁଆଲା ହୋଇ ପଡିଛନ୍ତି । ଗାଁ ଦାଁଣ୍ଡ ଉଠୁଚି ପଡୁଛି । କାଉପୁର ପଞ୍ଚାୟତରେ ଏକ ନିଆରା ବିବାହର ଆୟୋଜନ ହୋଇଛି । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ସ୍ୱେଚ୍ଛାକୃତ ଭାବେ ଏହି ବିବାହରେ ସାମିଲ ହୋଇଛନ୍ତି ଆବାଳବୃଦ୍ଧ। ।

ଭଦ୍ରକ ବ୍ଲକ ଅନ୍ତର୍ଗତଃ କାଉପୁର ପଞ୍ଚାୟତରେ ସମାପନ ହୋଇଛି ଦେବ ଦମ୍ପତିଙ୍କ ବିବାହ । ଦୀର୍ଘ ବର୍ଷ ଧରି ଚାଲି ଆସୁଅଛି ଏହି ପରମ୍ପରା । ଏଠାରେ ପ୍ରଭୂ ରାମ ଓ ମାତା ସୀତାଙ୍କ ବିବାହ ବେଶ ଆଡମ୍ବର ସହକାରେ ପାଳନ କରାଯାଏ । ତ୍ରେତେୟା ଯୁଗରେ ରାଜା ଦଶରଥଙ୍କ ଆଦେଶ କ୍ରମେ ପ୍ରଭୁ ରାମ, ମାତା ସୀତା ଓ ଭାତ୍ରା ଲକ୍ଷ୍ମଣ ୧୪ ବର୍ଷର ବନବାସ ସମୟରେ ଆସି ସାଳନ୍ଦୀ ନଦୀ କୂଳରେ ଆସି ଏଠାରେ ହିଁ ବସବାସ କରିଥିଲେ ବୋଲି ଲୋକମାନେ ବିଶ୍ୱାସ କରନ୍ତି । ଦୀର୍ଘଦିନ ଏଠାରେ ରହଣୀ ସମୟରେ ଏଠାରେ ସୀତାଙ୍କ ସ୍ନାନ ପାଇଁ କରିବା ପାଇଁ ଲକ୍ଷ୍ମଣ ଶର ବିଦ୍ଧ କରି ଏଠାରେ କୁଣ୍ଡ କରିଥିଲେ । ସେହି ଦିନ ଠାରୁ ଏଠାରେ ଦିଅର କୁଣ୍ଡ ଅଛି ।

ପ୍ରତିବର୍ଷ ଏଠାରେ ମଧ୍ୟ ଦିଅରକୁଣ୍ଡ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ । ପରେ ପରେ ଏଠାରେ ଏକ ଭବ୍ୟ ରାମ ମନ୍ଦିର ଗଢି ଉଠିଥିଲା । ପ୍ରତି ବର୍ଷ କୃଷ୍ଣପକ୍ଷ ପଞ୍ଚମୀ ତିଥୀରେ ଏଠାରେ ପ୍ରଭୁ ରାମ ମାତା ସୀତାଙ୍କ ବିବାହ ଅନୁଷ୍ଠିତ ହୁଏ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବାଜା ବାଜିବା ସହ ବିବାହ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ଫି ଉଠିଥାଏ । ଚଳିତ ବର୍ଷ ସେହି ତିଥିରେ ବିବାହ ବେଶ ଆଡମ୍ବର ସହକାରେ ସମାପନ ହୋଇଛି ।

ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତର ତୁମ୍ଭାପଦୀ ଗ୍ରାମର ଗଜେନ୍ଦ୍ର କୁଆଁରବର ପିତା ହୋଇଥିବା ବେଳେ ଭଦ୍ରକ, ଅସ୍ଥଳ ଗ୍ରାମର ନରେଶ ଦାସ କନ୍ୟା ପିତା ଭାବେ ଦେବ ଦମ୍ପତିଙ୍କ ବିବାହରେ କରିଥିଲେ । ତୁମ୍ଭାପଦୀ ଗ୍ରାମରୁ ବର ବେଶ ବାହାରିଥିଲେ ପ୍ରଭୁ ରାମ ବାଜା, ବାଣ, ରୋଷଣୀ ଓ ଶୋଭାଯାତ୍ରା ବାହାରିଥିଲା । ଦୀର୍ଘ ୫ କିମି ରାମମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ପହଞ୍ଚିଥିଲେ ରାମମନ୍ଦିରରେ । ଏହି ଶୋଭାଯାତ୍ରାରେ ଆଖ ପାଖ ଅଞ୍ଚଳର ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ ।

ଝାଞ୍ଜ, ମୃଦଙ୍ଗ, କୁବୁଜିର, ଶଙ୍ଖନାଦର ତାଳେ ତାଳେ ହରି ନାମ ପକାଇ ଚାଲିଥିଲା ବିବାହ ଶୋଭାଯାତ୍ରା । କିଛି ଯୁବପିଢି ମଧ୍ୟ ଡିଜେର ତାଳେ ତାଳେ ଏହି ଶୋଭାଯାତ୍ରାରେ ସାମିଲ ବେଶ ନାଚି ଚାଲିଥିଲା । ୫ କିମି ଅତିକ୍ରମ କରି ବରକୁ ଧରି ବରଯାତ୍ରୀ ରାମ ମନ୍ଦିର ପାଖରେ ପହଞ୍ଚିଥିଲେ ବରଯାତ୍ରୀ । ବରକୁ ବାଟ ବରଣୀ କରି କନ୍ୟାଘରର ଲୋକେ ପାଛୋଟି ନେଇଥିଲେ ବିବାହ ମଣ୍ଡପକୁ । ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ଦେଖିବା ପାଇଁ ସମାଗମ ହୋଇଥିଲେ ହଜାର ଲୋକେ । ମନ୍ତ୍ର ଉଚ୍ଚାରଣ, ଜୟ ଶ୍ରୀ ରାମ ଧ୍ୱନୀରେ ବିବାହ କାର୍ଯ୍ୟ ଚାଲିଥିଲା । ହୋମ ଅଗ୍ନି ଜଳୁଥିଲା । ସବୁଆଡେ ଭକ୍ତି ମୟ ପରିବେଶ, ସମସ୍ତେ ନିଜ ପରିବାରର ସଦସ୍ୟଙ୍କ ବିବାହ ଭାବି ଏହାକୁ ଉପଭୋଗ କରିଚାଲିଥିଲେ ।

ଗୋଟିଏ ପଟେ ଦେବ ଦମ୍ପତିଙ୍କ ବିବାହ ଚାଲିଥିବା ବେଳେ ଅନ୍ୟପଟେ ବରଯାତ୍ରୀଙ୍କ ନିର୍ଦ୍ଧଷ୍ଟ ସ୍ଥାନରେ ପ୍ରସାଦ ସେବନ କରିଥାଆନ୍ତି । ସେମାନେ ମଧ୍ୟ ଏହି ପ୍ରସାଦ ସେବନ କରି ଏହି ବିବାହ କାର୍ଯ୍ୟକୁ ଉପଭୋଗ କରିଥାଆନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜ ପରିବାର ସଦସ୍ୟର ବିବାହ ପରି ଏହାକୁ ସମାପନ କରିଥିଲେ । ଆୟୋଜକ ମାନେ ମଧ୍ୟଏହାକୁ ସରସ ସୁନ୍ଦର କରିବା ବେଶ ଭଲ ପ୍ରୟାସ କରିଛନ୍ତି ।

ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବିବାହ ଦେଖିବା ସହ ନିକଟରେ ଥିବା ଦିଅରକୁଣ୍ଡରେ ସ୍ନାନ ବା ଜଳ ସିଞ୍ଚନ କରି ପବିତ୍ର ହୋଇଥାଆନ୍ତି । ପୁରପଲ୍ଲୀରେ ଏଭଳି ନିଆରା ବିବାହ ସମସ୍ତଙ୍କୁ ଭକ୍ତି ଭାବରେ ବାନ୍ଧି ପକାଇଥାଏ । ଏହାକୁ ଦେଖିବା ପାଇଁ ଆଖାପାଖ ୪-୫ଟି ପଞ୍ଚାୟତର ଲୋକେ ରୁଣ୍ଡ ହୋଇ ବିବାହକୁ ଦେଖନ୍ତି । ପୌରଣିକ ଗାଥାକୁ ମଧ୍ୟ ହୃଦୟଙ୍ଗମ କରିଥାଆନ୍ତି ।