• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର: ପୋଲିସ୍‌ କବ୍‌ଜାରେ ରସିକନାଗର ସ୍ୱାମୀ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନୋଟି ସ୍ତ୍ରୀର ସାଜିଥିଲେ ପତି। ସ୍ୱାମୀର ଏଭଳି ବିବାହ ଓ ବିଶ୍ୱାସଘାତ ଯୋଗୁଁ ଥାନା ଭିତରେ ଅଟକ ସ୍ୱୀମୀର କଲାର ଧରି ଟଣାଓଟରା କରିଥିଲେ ୨ ପତ୍ନୀ। ସ୍ୱାମୀର ଏଭଳି କାଣ୍ଡ ନେଇ ୨ ପତ୍ନୀ ଅଭିଯୋଗ କରିବା ପରେ ମଞ୍ଚେଶ୍ୱର ପୁଲିସ ସ୍ୱାମୀଙ୍କୁ ଆଣି ଅଟକ ରଖିଥିଲା।

ସୂଚନା ଅନୁସାରେ, ଖୋର୍ଦ୍ଧାର ଆଲୋକ ଜେନା ୨୦୦୬ରେ ଜଣଙ୍କୁ ବିବାହ କରିଥିଲେ। ହେଲେ ପ୍ରଥମ ପତ୍ନୀଙ୍କ ଅଜାଣତରେ ୨୦୧୭ରେ ପୁଣି ଆଉ ଜଣଙ୍କୁ ବିବାହ କରିଥିଲେ ଆଲୋକ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଗୋଚରରେ ପୁଣି ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜଣାପଡ଼ିଥିଲା। ତେବେ ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ରସିକିଆ ସ୍ୱାମୀର କଳା କାରନାମା ପଦାରେ ପଡ଼ିଥିଲା।

ଘଟଣାକୁ ନେଇ ଅଭିଯୁକ୍ତ ସ୍ୱାମୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ “ମୋର ଗୋଟିଏ ସ୍ତ୍ରୀ। ଏଇଟା ହିଁ ସତ। ଯେଉଁ ମହିଳା ଅଭିଯୋଗ ଆଣିଛନ୍ତି, ତାଙ୍କୁ ମୁଁ ଜାଣିଛି। ସେ ମୋ ଅଟୋରେ ଯା’ଆସ କରନ୍ତି। ହେଲେ ସେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେସବୁ ମିଥ୍ୟା। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।”

କ’ଣ କୁହନ୍ତି ପ୍ରଥମ ସ୍ତ୍ରୀ:

ଅଭିଯୋଗ ଆଣିଥିବା ପ୍ରଥମ ସ୍ତ୍ରୀ କହିଛନ୍ତି, “ମୋ ବାହାଘର ୧୫ ବର୍ଷ ହୋଇଗଲାଣି। ମୋର ଦୁଇଟା ପୁଅ, ଜଣେ ନବମରେ ପଢୁଛି ଆଉ ଜଣେ ସପ୍ତମରେ ପଢୁଛି।” ପ୍ରଥମ ସ୍ତ୍ରୀକୁ ବିଶ୍ୱାସଘାତ କରି ଆଲୋକ ଆଉ ଜଣେ ମହିଳାଙ୍କ ପାଖରେ ରହୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ମହିଳାଙ୍କ ସହ ସେ ସାଲିଆ ସାହିରେ ରହୁଥିବା ସେ କହିଛନ୍ତି।

ତାଙ୍କ କହିବା କଥା “ଖୋଜି ଖୋଜି ସାଲିଆ ସାହିରୁ ମୁଁ ତାଙ୍କୁ ପାଇଲି। ଜଣେ ସ୍ତ୍ରୀ ଲୋକ ପାଖରେ ସେ ରହିଥିଲା। ରାତିରେ ସେଠାକୁ ଯାଇ ମୁଁ ଘର ସିଜ୍‌ କରିଥିଲି। ତା’ପରଦିନ ଏନେଇ ମହିଳା ଥାନାରେ ଏତଲା ଦେଇଥିଲି। ତାକୁ ଛାଡ଼ି ଏବେ ସେ ଦେଢ ମାସ ହେବ ଆଉ ଜଣେ ସ୍ତ୍ରୀ ଲୋକ ସହ ରହୁଛି ତା’ ଭଉଣୀ ଘରେ। ମୁଁ ତାକୁ ଧରି କୁଣ୍ଡେଇକି ଫଟୋ ଉଠେଇ ଛାଡିଛି। ଏ ରସିକିଆ। ଏ ହେଉଛି ଏ ଯୁଗର କୃଷ୍ଣ। ସେଥିପାଇଁ ସେ ସବୁ ଝିଅଙ୍କ ଇଜ୍ଜତ ସହ ଖେଳିଛି। ଟଙ୍କା ଲୋଭରେ ସେ ସବୁ ଝିଅଙ୍କୁ ନିଜର କରିବାକୁ ଚାହୁଁଛି। ମତେ ସେ ବହୁତ ହଇରାଣ କରିଛି। ମୋ ଛୁଆ ଦୁଇଟାଙ୍କୁ ବହୁତ ହଇରାଣ କରିଛି। ତା’ ଭଉଣୀମାନେ ସମସ୍ତେ ମିଶି ମତେ ହଇରାଣ କରିଛନ୍ତି ମତେ ନିର୍ଯାତନା ଦେଇଛନ୍ତି। ଏବେ ମୁଁ ମାନସିକ ଚିନ୍ତାରେ ପଡିଛି।”

କ’ଣ କୁହନ୍ତି ଦ୍ୱିତୀୟ ସ୍ତ୍ରୀ:

ଦ୍ୱିତୀୟ ସ୍ତ୍ରୀ ମଧ୍ୟ ଏହି ରସିକିଆ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି ତାଙ୍କ ଭଦ୍ରମୁଖା ଖୋଲିଛନ୍ତି। ସେ କହିଛନ୍ତି ଯେ “ମୋ ପାଖରେ ୫ ବର୍ଷ ହେବ ରହୁଥିଲା। ଏବେ ଦେଢ ମାସ ହେବ ମତେ ଛାଡିଦେଇ ଆଉ ଗୋଟେ ସ୍ତ୍ରୀ ନେଇ ରହୁଛି। ମୁଁ ଯେତେବେଳେ ଜାଣିଲି ସେ ତା’ ଭଉଣୀ ଘରେ ରହୁଛି, ମୁଁ ସେଠାରେ ପହଞ୍ଚିଲି। ସେମାନେ ସବୁ ମତେ ଗାଳିଗୁଲଜ କରିବା ସହ ମୋ ସହ ଝଗଡା କଲେ। ତା’ ପର ଦିନ ମଧ୍ୟ ଭିଣେଇ ମିଶି ମତେ ଗାଳି କଲେ। ମୁଁ ମହିଳା ସଂଘର ଆଶ୍ରୟ ନେଇ ତାଙ୍କ ଘର ପାଖକୁ ଆସିଲୁ। ସେତେବେଲେ ସେ ତାଙ୍କ ଘରେ ଥିଲା। ସେଠାରୁ ଆମେ ତା’ ଗାଡି, ସୁନା-ରୂପା ମୋ ପଇସା ନେଇକି ପଳେଇ ଆସିଲୁ। ଆମେ ତାଙ୍କୁ ସେଇଠୁ(ସତ୍ୟବିହାର) ଧରିଲୁ।”

ଆଲୋକ ପୂର୍ବରୁ ବାହା ହୋଇଥିଲେ ଓ ତାଙ୍କର ସ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ମିଛ କହି ଆଉଥରେ ବାହା ହୋଇଥିଲେ ବୋଲି ସେ କହିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ସେ ଛାଡପତ୍ର ଦେଇଦେଇଛନ୍ତି ବୋଲି ଆଲୋକ ମିଛ ତାଙ୍କୁ ଆଉ ଥରେ ବାହା ହୋଇଥିଲେ। ଏ ଦିଗରେ ତାଙ୍କ ଘର ଲୋକ ମଧ୍ୟ ସପୋର୍ଟ କଲେ। ସେ ତାଙ୍କୁ ଭଲରେ ରଖିବେ କହି ମନ୍ଦିରରେ ବାହା ହୋଇଥିଲେ। ତାଙ୍କ ଠାରୁ ସବୁ ଟଙ୍କା ପଇସା ସୁନା-ରୂପା, ଗାଡି ନେଲା ପରେ ଏବେ ସେ ତାଙ୍କ ପାଇଁ କିଛି ନୁହେଁ ବୋଲି ସେମାନେ କହୁଥିବା ଏହି ମହିଳା ଅଭିଯୋଗ କରିଛନ୍ତି।