Advertisment

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି।

author-image
Rajalaxmi Sahoo
Border Standoff With Andhra

Border Standoff With Andhra

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ। ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଏଥିରେ ମୋଟ ୮ ଜଣ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯାଇଛି।

Advertisment

କମିଟିରେ ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ସଚିବ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ, ଜଳ ସମ୍ପଦ ପ୍ରମୁଖ ସଚିବ, ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ସ୍ଥାନିତ କରାଯାଇଛି।  

ଗତ ୯ ତାରିଖରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଜଳ, ସୀମା ବିବାଦ, ଶକ୍ତି ଓ ମାଓବାଦୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କୋଟିଆ, ନେରେଡି ବ୍ୟାରେଜ ଓ ପୋଲାଭରମ ପ୍ରସଙ୍ଗ ମଧ୍ୟ ଉଠିଥିଲା।   ତେବେ ଦ୍ୱିପାକ୍ଷିକ ଆଲୋଚନା ପାଇଁ କମିଟି ଗଠନ ପାଇଁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଥିଲେ। ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁପ୍ରବେଶ କରୁଥିବାରୁ ବିବାଦ ଦେଖା ଦେଇଥିଲା। 

Advertisment

କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ କୋଟିଆବାସୀ ସମର୍ଥନ ପତ୍ର ଲେଖି ଦେଇଥିବା ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ୍ନା ଦୋରା କିଛିଦିନ ପୂର୍ବେ ଦାବି କରିଥିଲେ। ନିଜ ସୋସିଆଲ ମିଡିଆ ପେଜ୍‌ରେ ପୋଷ୍ଟ କରି ଏନେଇ ସୂଚନା ଦେବା ସହ କୋଟିଆବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ରାଜନ୍ନା ଦୋରା।

Andhra-Odisha Border Border Standoff
Advertisment
Advertisment