Advertisment

ଦିନକୁ ଦିନ ମାତିଲାଣି କରୋନା; ଦିନକରେ ୩୩୫ ଆକ୍ରାନ୍ତ, ୨ ମୃତ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ବଢୁଥିବା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଲାଣି । ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।

author-image
Otv Khabar Bureau
undefined

corona virus

ଭୁବନେଶ୍ୱର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ବଢୁଥିବା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଲାଣି । ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ତେବେ କ୍ୱାରେଣ୍ଟିନରୁ ୧୯୭ ଜଣ ଓ ଲୋକାଲ୍ କେସ୍‌ରୁ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଦିନକରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮,୪୦୧କୁ ବୃଦ୍ଧି ପାଇଲାଣି ।

ଗତକାଲି ରାଜ୍ୟରେ ୨୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ ଘଟିଥିଲା । କ୍ୱାରେଣ୍ଟିନରୁ ୧୬୬ଟି ଓ ଲୋକାଲ୍ କେସ୍ ୧୨୨ଟି ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୩ ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Advertisment

ସେପଟେ ବୁର୍ଲା ଭୀମସାର୍‌ର ଡାକ୍ତରୀ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଛି। ଏନେଇ ଜଣାପଡ଼ିବା ପରେ ଭୀମସାର୍‌ କର୍ତ୍ତୃପକ୍ଷ ଏକ ବୈଠକ ଡକାଇଛନ୍ତି। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଭୀମସାର୍‌ ଅଧିକ୍ଷକ ସୂଚନା ଦେଇଛନ୍ତି।

Odisha COVID-19
Advertisment
Advertisment