Advertisment

ପେଟ୍ରୋଲ ପମ୍ପରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ !

ପେଟ୍ରୋଲ୍‌ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Miscreants Lift Mobile Phone From Customer In Petrol Pump In Odisha’s Baliguda

Miscreants Lift Mobile Phone From Customer In Petrol Pump In Odisha’s Baliguda

ବାଲିଗୁଡା(ଅଜିତ ନାୟକ): ପେଟ୍ରୋଲ୍‌ ପମ୍ପରୁ ଚୋରି । ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ରୁହନ୍ତୁ ଟିକିଏ ସତର୍କ । ନଚେତ ଆଖି ପିଛୁଳାକେ ଚୋରି ହୋଇଯିବ ଆପଣଙ୍କ ଗାଡ଼ିରେ ଥିବା ମୋବାଇଲ । ଆଉ ଆପଣ ମଧ୍ୟ ଏଭଳି ଚୋରିର ଶିକାର ହୋଇପାରନ୍ତି । ଏମିତି ଏକ ଚୋରିର ଚିତ୍ର ଏବେ ସିସିଟିଭିରେ କଏଦ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

Advertisment

ସୂଚନା ଅନୁସାରେ, ଦାରିଙ୍ଗବାଡ଼ି ଅଞ୍ଚଳର ଶିବାଜୀ ମଲିକ ନାମକ ଜଣେ ଡ୍ରାଇଭର ଏକ ଡାଲା ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଗାଡିରୁ ଓଲ୍ହାଇ ସେ ତେଲ ଭରୁଥିଲେ । ସେହି ସମୟରେ ହଠାତ୍ ଜଣେ ଚୋର ବାଇକରେ ଆସି ଗାଡି ଭିତରେ ଥିବା ମୋବାଇଲକୁ ଚୋରି କରି ଆଖି ପିଛୁଳାକେ ଚମ୍ପଟ ମାରି ଘଟଣା ସ୍ଥଳରୁ ଚାଲି ଯାଇଥିଲା । ଡ୍ରାଇଭର ଜଣକ ଚାହିଁଥିଲେ ମଧ୍ୟ କିଛି କରିପାରିନଥିଲେ ।

ଚୋରି ଘଟଣା ପରେ ଡ୍ରାଇଭର ଜଣକ ସିସିଟିଭିରେ ଚୋରି ସମୟର ଦୃଶ୍ୟ ଦେଖିଥିଲେ । ଯାହାକୁ ନେଇ ସେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ସମ୍ପୃକ୍ତ ଚୋରକୁ ଧରିବାରେ ସକ୍ଷମ ହୋଇନାହିଁ । ଅନ୍ୟପଟେ ଡ୍ରାଇଭର ଜଣକ ଦିନ ରାତି ବହୁ ପରିଶ୍ରମ କରି ୧୦ ହଜାର ଟଙ୍କା ଦେଇ ଗୋଟିଏ ସ୍ମାର୍ଟ ଫୋନ କିଣିଥିଲେ । ଆଉ ଏବେ ତାଙ୍କର ମୋବାଇଲ ଚୋରି ହୋଇଯିବା ଫଳରେ ସେ ବହୁତ ମନ ଦୁଃଖରେ ଅଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଚୋରି ହେବା ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି ।

Advertisment
Odisha Petrol Pump Baliguda Miscreants Lift Mobile
Advertisment
Advertisment