ଲଣ୍ଡନରେ ଭାରତର ଗଣତନ୍ତ୍ର ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ । ବର୍ଷିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।
ପାକ୍ ମିଡିଆରେ ଇମ୍ରାନଙ୍କ ବିବୃତି ପ୍ରସାରଣ ଉପରେ କଟକଣା
ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି ।
ଆଦର୍ଶ ଥାନା । ବୀରମହାରାଜପୁର...ଏଇ ଥାନାରେ ହେଲା ବାହାଘର । ଆଉ ବାହାଘରରେ ସାମିଲ ଥିଲେ ପୋଲିସ ବାବୁ । ଦେବୀ ଦୁର୍ଗାଙ୍କୁ ସାକ୍ଷୀ ରଖି ନିରାଡମ୍ବର ଭାବରେ ଥାନାରେ ହେଲା ବାହାଘର । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ।
ମେଡିକାଲ ବେଡ୍ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି
ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା ବି କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଅଙ୍ଗେଶ ଚେତା ଫେରି ପାଇନଥିଲେ । ତେଣୁ ପରିବାର ଲୋକ ଭାବିଥିଲେ କି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ନଇରେ ଭସାଇ ଦେଇଥିଲେ ।
କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ, ବିଶ୍ରାମଘରର ବ୍ୟବସ୍ଥା ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାନ୍ତା ।
କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି। ଜୟଦୂର୍ଗା ସ୍ଵଂୟ ସହାୟକ ଗୋଷ୍ଠୀ ଏବେ ୩୨ ଟି ସ୍ଵତନ୍ତ୍ର କୁଣ୍ଡ ତିଆରି କରି ବଜାରର ଚାହିଦା ଅନୁଯାୟୀ ବିଶେଷ କରି ମଲ୍ଲି ଏବଂ ଗୋପୀ ପ୍ରଜାତିର ରଙ୍ଗୀନ ମାଛ ଏଠାରେ କରାଯାଉଛି ଚାଷ ।
ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ ? ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଖଣ୍ଡକ ମିଳିଛି ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଦିନ ଯେତିକି ଯେତିକି ବଢୁଛି ତାଙ୍କ ଯନ୍ତ୍ରଣା ବି ସେତିକି ସେତିକି ବଢିବାରେ ଲାଗିଛି
OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା।
ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା
ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।
ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ
ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।
ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।
ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାଏକ ।
ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍କୁ ଭଲଭାବରେ ମାଲିସ କରନ୍ତୁ।
ଅଧିକାଂଶ ଲୋକଙ୍କୁ ତ ହୋଲି ଖେଳିବାକୁ ଭଲ ଲାଗେ। କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ସହଜ ଉପାୟ।
ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…
୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି
ପ୍ରତିବର୍ଷ ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଆପଣ ଜାଣନ୍ତି କି ଏହି ଦିବସ ପାଳନ କିପରି ଏବଂ କେବେ ଆରମ୍ଭ ହେଲା? ପ୍ରତିବର୍ଷ କେବଳ ମାର୍ଚ୍ଚ ୮ରେ କାହିଁକି ଏହି ଦିନ ପାଳନ କରାଯାଏ?
୧୧ ଓ ୧୨ରେ ତରଙ୍ଗ ପକ୍ଷରୁ ୨ଦିନିଆ ସିନେ କନକ୍ଲେଭ୍ । ପ୍ରଦର୍ଶିତ ହେବ ଆଞ୍ଚଳିକ ଭାଷାର ସିନେମା ।
ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ।
ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି ।
କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।