ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ତରଙ୍ଗ ସିନେ ଫ୍ଲିକ୍ସ- ୨୦୨୩ । ଯେଉଁଠି ଆଞ୍ଚଳିକ ସିନେମାକୁ ନେଇ ଅନୁଷ୍ଠିତ ହୋଇଛି କନକ୍ଲେଭ୍ । ପ୍ରଥମ ଦିନରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହୋଇଛି ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ ।
ଲିଭିଯାଇଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସର ସେହି ସର୍ବଗିଳା ନିଆଁ, ଆଉ ଧୂଆଁ ନାହିଁ କି ନିଆଁକୁ ନେଇ ଆତଙ୍କ ବି ନାହିଁ । ହେଲେ ଖଣ୍ଡିଏ ଲେଖାଏଁ ଦୋକାନ କରି ଯେଉଁମାନେ ତେଲ ଲୁଣର ସଂସାର ଚଳାଉଥିଲେ, ଲୁହ ଆଉ କୋହରେ ବତୁରି ଯାଉଛି ସେମାନଙ୍କ ମନ ଆଉ ପ୍ରାଣ । କାରଣ ନିଆଁରେ ଜୀବିକା ଆଉ ରୋଜଗାରର ପନ୍ଥା ଜଳିପୋଡ଼ି ଯାଇଛି । ଉଜୁଡ଼ିଯାଇଛି ପ୍ରତ୍ୟେକଙ୍କ ଭାତହାଣ୍ଡି ।
ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
୨୬ ବର୍ଷିୟ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରିବା ପରେ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଉତହାଟ ଜିଲ୍ଲାର ଗୁଜରା ମୁନିସିପାଲିଟିରେ ଏହି କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?
ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ଆଜ୍ଞା ହଁ ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ବରଘର ଅଧିକ ଯୌତୁକ ଦେଇନଥିବାରୁ ବାହାଘର ଭାଙ୍ଗି ଦେଇଛି କନ୍ୟା ।
'ପଠାନ' କୁ ନେଇ ନୂଆ ଖବର। ଡିଲିଟ୍ ହୋଇଥିବା ସିନ୍କୁ ଦେଖିବେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ଏଥିରୁ କେତେକ ସିନ୍କୁ କଟା ଯାଇଥିଲା। ଏବେ ଦର୍ଶକ ଏହାକୁ ଦେଖି ପାରିବେ।
‘ସିଟାଡେଲ୍’କୁ ନେଇ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାରେ। ଏହି ସମୟରେ, ଦେଶୀ ଗାର୍ଲଙ୍କ ଏକ ମତ ଆଲୋଚନାର ପରିସରକୁ ଆସିଛି। ମନୋରଂଜନ ଦୁନିଆରେ ୨୨ ବର୍ଷ କାମ କଲା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତୁ ଜାଣିବା
ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍କିଟ୍ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।
ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ଓଭର କନଫିଡେନ୍ସ ହୋଇ ଅଧିକ ଆଇରନ୍ ବଟିକା ଖାଇବା ଯୋଗୁ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି।
ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ । ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି ।
ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଭୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୮୯୦ ଟଙ୍କା ହୋଇଛି।
ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
H3N2 ଭାଇରସ। ଥଣ୍ଡା, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରଖୁଥିବା ଏ ଭାଇରସ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପରେ ଏହାକୁ ନେଇ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।
ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । କିନ୍ତୁ ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ ।
ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ମିଳିଛି।
ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର । ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ । ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।