Advertisment

ଆପଣଙ୍କ ପାଇଁ ୭ଟି ଟିପ୍ସ, କିପରି ଛଡେଇବେ ହୋଲି ରଙ୍ଗ

ଅଧିକାଂଶ ଲୋକଙ୍କୁ ତ ହୋଲି ଖେଳିବାକୁ ଭଲ ଲାଗେ। କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ସହଜ ଉପାୟ।

author-image
Pramod Behera
ଅଦ୍ୟତନ ହୋଇଛି
Holi 2023: How To Remove Holi Colors From Your Body

How to remove holi colors from your body

ହୋଲିର ମହୋତ୍ସବ ଥିବ ହେଲେ ରଙ୍ଗର ପସରା ନଥିବ, ଏହା କ’ଣ କେବେ ସମ୍ଭବ! ହୋଲି କହିଲେ ଆଉ କ’ଣ କି? ପରିବାର ଏବଂ ସାଙ୍ଗମାନଙ୍କୁ ରଙ୍ଗ କରିବା ଏବଂ ମଜାମସ୍ତି କରିବା ହିଁ ତ ହେଉଛି ହୋଲିର ପ୍ରକୃତ ଅର୍ଥ। ଏ ମଜା ଯଦି ନାହିଁ ତେବେ ସେ ହୋଲିର ମାନେ ବା କ’ଣ!

Advertisment

ଯଦିଓ ହୋଲି ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି? କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ଏହା ପାଇଁ ଅନେକ କସରତ କରିବାକୁ ପଡେ। ଏପରି ଚର୍ମ ନଷ୍ଟ ବି ହୋଇଯାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହୁଛୁ, ଯାହା ଆପଣଙ୍କ ଘରେ ହିଁ ରହିଛି। ଏହାକୁ ଆପଣାନ୍ତୁ ଆଉ ସହଜରେ ରଙ୍ଗ ଛଡାନ୍ତୁ।

ବେସନ, ଲେମ୍ବୁ ଓ କ୍ଷୀର:

ବେସନରେ ଲେମ୍ବୁ ଓ କ୍ଷୀର ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ଚର୍ମରେ ଲଗାନ୍ତୁ। ଏହାକୁ ଚର୍ମରେ ପ୍ରାୟ ପନ୍ଦରରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ମୁହଁ ଏବଂ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

Advertisment

ଅଧିକ ପଢ଼ନ୍ତୁ: ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ, ସତର୍କ...ଟିକିଏ ଅସାବଧାନତା ଆଣିପାରେ ବିପଦ

କାକୁଡି ରସ, ଗୋଲାପ ଜଳ, ଭିନେଗାର:

କାକୁଡିରୁ ରସ ବାହାର କରି ସେଥିରେ କିଛି ଗୋଲାପ ଜଳ ଏବଂ ଗୋଟିଏ ଚାମଚ ଭିନେଗାର ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଚେହେରାକୁ ସଫା କରନ୍ତୁ। ଆପଣଙ୍କ ଦେହରେ ଲାଗିଥିବା ସମସ୍ତ ଦାଗ ଛାଡିଯିବ ଏବଂ ଚର୍ମ ଚମକିବ।

ମୂଳା ରସ, କ୍ଷୀର, ବେସନ:
ମୂଳାରୁ ରସ ବାହାର କରି ଏଥିରେ କ୍ଷୀର ଏବଂ ବେସନ କିମ୍ବା ମଇଦା ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଚର୍ମରେ ଲଗାନ୍ତୁ। କିଛି ସମୟ ରଖିବା ପରେ ସଫା କରନ୍ତୁ।

ଜିଙ୍କ୍‌ ଅକ୍ସାଇଡ୍ ଏବଂ ଜଡା ତେଲ:

ଯଦି ଆପଣଙ୍କ ଚର୍ମରେ ଗାଢ ରଙ୍ଗ ଲାଗିଥାଏ, ତେବେ ଦୁଇ ଚାମଚ ଜିଙ୍କ୍‌ ଅକ୍ସାଇଡ୍ ଏବଂ ଦୁଇ ଚାମଚ ଜଡା ତେଲ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ। ଏକ ସ୍ପଞ୍ଜ୍ ସହିତ ଚମଡାରେ ହାଲୁକା ଭାବେ ଘଷନ୍ତୁ ଏବଂ ୨୦-୨୫ ମିନିଟ୍ ପରେ ସାବୁନ ଲଗାଇ ଧୋଇ ଦିଅନ୍ତୁ। ଆପଣଙ୍କ ଚର୍ମରେ ଥିବା ସବୁ ରଙ୍ଗ ଛାଡିଯିବ।

ଯଅ ଅଟା ଏବଂ ବାଦାମ ତେଲ:

ଯଅ ଅଟା ଏବଂ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚର୍ମରେ ଲଗାଇ ରଙ୍ଗ ସଫା କରନ୍ତୁ। ଏହା ଏକ ସ୍କ୍ରବ୍ ଭାବରେ କାମ କରିବ ଏବଂ ରଙ୍ଗ ଛଡେଇବାରେ ସାହାଯ୍ୟ କରିବ।

ଅମୃତଭଣ୍ଡା ଓ କ୍ଷୀର:

କିଛି କଞ୍ଚା ଅମୃତଭଣ୍ଡା ଗ୍ରାଇଣ୍ଡ୍‌ କରି କ୍ଷୀରରେ ମିଶାନ୍ତୁ। ଏଥିରେ ଟିକେ ମୁଲ୍‌ତାନୀ ମାଟି ଏବଂ ଅଳ୍ପ ବାଦାମ ତେଲ ମିଶାନ୍ତୁ। ଏହାକୁ ଚର୍ମରେ ଲଗେଇ ପ୍ରାୟ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ।

କ୍ଷୀରରେ କମଳା ଚୋପା, ମସୁର ଡାଲି ଏବଂ ବାଦାମ ଗ୍ରାଇଣ୍ଡ୍‌ କରି ମିଶାନ୍ତୁ ଆଉ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌କୁ ପୁରା ଚର୍ମରେ ଲଗାନ୍ତୁ ଏବଂ ଏହାକୁ ମାଲିସ୍ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଚର୍ମରୁ ରଙ୍ଗ ସଫା ହେବା ସହ ଏହା ଚମକିବ।

Holi Holi Celebration Holi In Odisha
Advertisment
Advertisment