• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୧୫ ବର୍ଷ ମାଆ କୋଳକୁ ଫେରିଲା ପୁଅ...ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଦେଓରିଆ ଜିଲ୍ଲାରୁ । ଆଜିକୁ ଠିକ୍‌ ୧୫ ବର୍ଷ ପୂର୍ବରୁ ଅଙ୍ଗେଶଙ୍କୁ ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ଅଙ୍ଗେଶ ଅଚେତ୍‌ ହୋଇ ପଡିଥିଲେ । ପୁଅ ଅଚେତ୍‌ ହେବା ଦେଖିବା ପରେ ପରିବାର ତାଙ୍କୁ ମୃତ ବୋଲି ଭାବିଥିଲେ । ଖାଲି ଭାବିଥିଲେ ତାହା ନୁହେଁ ବରଂ ତାଙ୍କୁ ନଇରେ ଭସାଇ ଦେଇଥିଲେ । କିନ୍ତୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ପରେ ଘରକୁ ଫେରିଛି ପୁଅ । ଏତେଦିନ ପରେ ପୁଅ ଫେରିଥିବାରୁ ପରିବାର ଲୋକ ଏବେ ଭାରି ଖୁସି ।

ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା ବି କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଅଙ୍ଗେଶ ଚେତା ଫେରି ପାଇନଥିଲେ । ତେଣୁ ପରିବାର ଲୋକ ଭାବିଥିଲେ କି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ନଇରେ ଭସାଇ ଦେଇଥିଲେ ।

ନଇରେ ଭାସି ଯାଉଥିବା ବେଳେ ମତ୍ସଜୀବୀମାନେ ତାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । ଖାଲି ଉଦ୍ଧାର କରିଥିଲେ ତାହା ନୁହେଁ ବରଂ ତାଙ୍କୁ ଲାଳନପାଳନ କରିଥିଲେ । ଧୀରେ ଧୀରେ ମତ୍ସଜୀବୀ ପରିବାରରେ ବଡ ହୋଇଥିଲେ ଅଙ୍ଗେଶ । ଖାଲି ବଡ ହୋଇଥିଲେ ତାହା ନୁହେଁ ବରଂ ଅଙ୍ଗେଶଙ୍କୁ ନିଜ ପରିବାରର ପୁଅ ବୋଲି ସେମାନେ ଭାବିଥିଲେ । ହେଲେ ଅଙ୍ଗେଶ ବଡ ହେବା ପରେ ତାଙ୍କୁ ତାଙ୍କ ଘର ଓ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ...ସେ ଘରର ଠିକଣା ଦେବା ପରେ ଅଙ୍ଗେଶଙ୍କ ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇଥିଲେ ମତ୍ସଜୀବୀ ପରିବାର । ଏହାପରେ ଅଙ୍ଗେଶ ତାଙ୍କ ଘରକୁ ଫେରିଥିଲେ । ୧୫ ବର୍ଷ ପରେ ମାଆ କୋଳକୁ ପୁଅ ଫେରିଥିବାରୁ ଏବେ ପରିବାରରେ ଖେଳିଯାଇଛି ଖୁସି ।

ଅଯୋଧ୍ୟାରୁ ଅରବିନ୍ଦ ଗୁପ୍ତା