Advertisment

ଏଣିକି ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା, ଜାଣନ୍ତୁ କେମିତି?

୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍‌ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
Chhattisgarh Budget 2023

CM Baghel

ବେକାର ଯୁବକ-ଯୁବତୀଙ୍କ ଲାଗି ବଡ଼ ଖବର । ଏଣିକି ସେମାନଙ୍କୁ ମାସିକ ୨୫ ଶହ ଟଙ୍କା ଭତ୍ତା ମିଳିବ । ବଜେଟ୍‌ ଅଧିବେଶନରେ ଏନେଇ ସ୍ୱତନ୍ତ୍ର ବିଲ ପାସ୍‌ କଲେ ସରକାର । ଯାହା ଫଳରେ ଆଗାମୀ ଦିନରେ ରାଜ୍ୟର ସବୁ ବେକାର ଯୁବବର୍ଗମାନେ ଟଙ୍କା ପାଇବେ ବୋଲି ଜଣାପଡ଼ିଛି । ବେରୋଜଗାରୀ ଯୁବବର୍ଗଙ୍କ ପାଇଁ ବଡ଼ ଉପହାର ଆଣିଲେ ଛତିଶଗଡ଼ ସରକାର । ଏଣିକି ରାଜ୍ୟର ସବୁ ବେକାରୀ ଯୁବକଙ୍କୁ ମାସିକ ଆକାରରେ ଭତା ଦେବାକୁ ଘୋଷଣା କରିଛନ୍ତି ବଘେଲ ସରକାର । ସୋମବାର ବିଧାନସଭାରେ ଏନେଇ ବଜେଟ୍ ଉପସ୍ଥାପନ ବେଳେ ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

Advertisment

୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍‌ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି । ସ୍କୁଲରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦେୟ ୨୫ଶହରୁ ୨୮ଶହ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ତେବେ ଦେଶରେ ବେକାରୀ ସମସ୍ୟା ଯେପରି ଭାବରେ ବଢିଚାଲିଛି ତାହାକୁ ଦୃଷ୍ଟିରେ ରଖି ବଘେଲ ସରକାର ଯେଉଁ ପରି ଭାବରେ ବଜେଟ୍‌ ଉପସ୍ଥାପନ କରିଛି ଏବଂ ବେକାରୀଙ୍କୁ ମାସିକ ଭତ୍ତା ଦେବାର ନିଷ୍ପତ୍ତି ନେଇଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି...

Advertisment
Budget Session
Advertisment
Advertisment