Advertisment

ସଂସାରରେ ପ୍ରଥମେ କିଏ ଖେଳିଥିଲେ ହୋଲି

ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Who Played The Worlds First Holi

Who played the worlds first holi

ଫାଲଗୁନ୍ ପୂର୍ଣ୍ଣିମା ଦିନ ହୋଲି ପର୍ବ ପାଳନ କରାଯାଏ। ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…

Advertisment

ଦୁନିଆର ପ୍ରଥମ ହୋଲି:

ହୋଲି ପର୍ବର ପୁରାଣ ଉଭୟ ମହାଦେବ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡିତ। ହରିହର ପୁରାଣର କାହାଣୀ କହେ ଯେ ଦୁନିଆର ପ୍ରଥମ ହୋଲି ଦେବଦେବ ମହାଦେବ ଖେଳିଥିଲେ। ଏହି ଖେଳରେ ପ୍ରେମର ଦେବତା କାମଦେବ ଏବଂ ତାଙ୍କ ପତ୍ନୀ ରତି ଉପସ୍ଥିତ ଥିଲେ। ଏହି କାହାଣୀରେ କୁହାଯାଇଛି ଯେ ଯେତେବେଳେ ଭଗବାନ ଶଙ୍କର କୈଳାଶରେ ସମାଧିରେ ଲୀନ ଥିଲେ ସେତେବେଳେ ତାରାକାସୁରକୁ ହତ୍ୟା କରିବା ପାଇଁ କାମଦେବ ଏବଂ ରତି ନୃତ୍ୟ କରି ଶିବଙ୍କୁ ଧ୍ୟାନରୁ ଜାଗ୍ରତ କରିଥିଲେ।

ଅଧିକ ପଢ଼ନ୍ତୁ: ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ, ସତର୍କ...ଟିକିଏ ଅସାବଧାନତା ଆଣିପାରେ ବିପଦ

Advertisment

ଯେତେବେଳେ ରତି ଓ କାମଦେବଙ୍କ ନୃତ୍ୟରେ ମହାଦେବଙ୍କ ସମାଧି ଭଙ୍ଗ ହୋଇଗଲା ଭଗବାନ ଶଙ୍କର କାମାଦେବଙ୍କୁ କ୍ରୋଧର ନିଆଁରେ ଭସ୍ମ କରିଥିଲେ। ଯେତେବେଳେ ରତି ଏନେଇ କାନ୍ଦିଲେ, ସେତେବେଳେ ଅତି ଦୟାଳୁ ଭଗବାନ ମହାଦେବ କାମଦେବଙ୍କୁ ପୁନଃ ଜୀବନ ଦେଲେ।

ଏଥିରେ ସନ୍ତୁଷ୍ଟ ହୋଇ ରତି ଏବଂ କାମଦେବ ବ୍ରଜମଣ୍ଡଳରେ ଏକ ବ୍ରହ୍ମ ଭୋଜନର ଆୟୋଜନ କରିଥିଲେ ଯେଉଁଥିରେ ସମସ୍ତ ଦେବତା ଏବଂ ଦେବୀ ଅଂଶଗ୍ରହଣ କରିଥିଲେ। ରତି ଚନ୍ଦନ ଟିକା ଲଗେଇ ଖୁସି ମନେଇଥିଲେ। କୁହାଯାଏ ଯେ ଏହିଦିନ ଫାଲଗୁନ୍ ପୂର୍ଣ୍ଣିକା ଥିଲା।

ହରିହର ପୁରାଣ ଅନୁଯାୟୀ ବ୍ରହ୍ମ ଭୋଜନର ଆନନ୍ଦରେ ମହାଦେବ ଡମ୍ବରୁ ଏବଂ ଭଗବାନ ଶ୍ରୀ ବିଷ୍ଣୁ ବଂଶୀ ବଜାଇଥିଲେ। ମାତା ପାର୍ବତୀ ବୀଣାରୁ ତରଙ୍ଗ ସୃଷ୍ଟି କରିଥିବାବେଳେ ମାତା ସରସ୍ୱତୀ ବସନ୍ତର ରାଗରେ ଗୀତ ଗାଇଥିଲେ। କୁହାଯାଏ ଯେ ସେହିଦିନଠାରୁ ପୃଥିବୀରେ ପ୍ରତିବର୍ଷ ଫାଲଗୁନ୍ ପୂର୍ଣ୍ଣିମାରେ ଗୀତ, ସଙ୍ଗୀତ ଏବଂ ରଙ୍ଗ ସହିତ ହୋଲି ପର୍ବ ପାଳନ କରିବା ଆରମ୍ଭ ହେଲା।

କିପରି ପାଳିବେ ହୋଲି:

ବିଶ୍ୱାସ ଅନୁଯାୟୀ, ହୋଲି ଦିନ ଆମେ ଖେଳୁଥିବା ଅବୀର ଏବଂ ରଙ୍ଗ ଭଗବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେବା ଉଚିତ। ଏହା ସହିତ, ହୋଲିକା ଦହନର ପାଉଁଶରେ ଭଗବାନ ଶଙ୍କରଙ୍କ ଶିବଲିଙ୍ଗକୁ ଅଭିଷେକ କରିବା ଶୁଭ ବୋଲି କୁହାଯାଏ। ଏହା ପରେ ନିଜର ପସନ୍ଦର ରଙ୍ଗ ସହିତ ହୋଲି ଖେଳିବା ସହ ନିଜ ନିଜ ପ୍ରିୟ ଲୋକଙ୍କ ସହିତ ସ୍ନେହ-ପ୍ରେମ ବାଣ୍ଟି ପାରିବେ।

Holi Holi Celebration Holi In Odisha
Advertisment
Advertisment