ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି।
ଶ୍ରୀକ୍ଷେତ୍ରରୁ ପ୍ରାୟ ୨ହଜାର କିମି ଦୂରରୁ ଅର୍ଥାତ୍ ହରିୟାଣାରୁ ପୁରୀ ଆସି ଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ମନରେ ଇଚ୍ଛା ଥିଲା ଟିକେ କାଳିଆକୁ ଦର୍ଶନ କରିବେ ବୋଲି । ସେଇଥି ଲାଗି ଏତେ ବାଟରୁ ଆସି ପହଞ୍ଚିଥିଲେ ପୁରୀ । ଜଗା ଦର୍ଶନ ହେବା ପରେ ହୋଟେଲ ଫେରିଥିଲେ । ପରେ ଘର ଲୋକଙ୍କୁ ଫୋନ୍ କରିଥିଲେ । ଆଉ କହିଥିଲେ, ଭଲରେ ଭଲରେ ଜଗା ଦର୍ଶନ ହେଲା
ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାରର ମହିଳାମାନେ ଦିନରାତି ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି।
ଟ୍ରାଫିକରେ ଫସିଲା କାର୍, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା।
ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି।
ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ଆଜି ବିଶ୍ୱ କିଡ୍ନୀ ଦିବସ। ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ କିଡ୍ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା…
ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ଏଇ କ୍ଷେତରେ କରୁଛନ୍ତି ଚାଷ ।
ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।
ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି ।
ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।
ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।
ବିସିସିଆଇ ଟ୍ୱିଟ୍ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।
‘ଡାବୁ ରତ୍ନାନୀ’ର ଇନଷ୍ଟାଗ୍ରାମ ପେଜ୍ରେ ଫଟୋଟି ପୋଷ୍ଟ ହୋଇଛି । ଯେଉଁଥିରେ ବିଦ୍ୟା ଫୁଲ୍ ହଟ୍ ଅନ୍ଦାଜରେ ନଜର ଆସିଛନ୍ତି । ବୋଲ୍ଡ ଲୁକ୍ରେ ବିଦ୍ୟା ଚେୟାରରେ ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପରରେ ଚେହେରାକୁ ଢାଙ୍କି ରଖିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ ହାତଟିରେ ମଧ୍ୟ ବିଦ୍ୟା କଫି କପ୍ ଧରିଥିବା ଦେଖିବାକୁ ମିଳିଛନ୍ତି ।
ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି