Advertisment

ଆକ୍ସନ ମୋଡରେ କଂଗ୍ରେସ, ୨୪ ଭୋଟ୍ ପୂର୍ବରୁ ବିଶୃଙ୍ଖଳାକାରୀଙ୍କ ପାଇଁ ସତର୍କଘଣ୍ଟି

ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC

author-image
Prangyan Parimita
congress

congress

 ପୂର୍ବରୁ କେବଳ ସୋ' କଜ୍ ନୋଟିସରେ ସୀମିତ ରହୁଥିଲା କଂଗ୍ରେସ । ଏବେ କିନ୍ତୁ ଦଳ ବିରୋଧରେ କହିଲେ ସିଧା ସଳଖ କାର୍ଯ୍ୟାନୁଷ୍ଠାନ। ଦଳର ଦୁଇ ଟପ୍ ଲିଡର ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ଲାଗି ନିଲମ୍ବିତ କରି ଆଭିମୁଖ୍ୟ ସ୍ପଷ୍ଟ କରିଛି AICC, ଯାହାକି ବିଶୃଙ୍ଖଳାକାରୀଙ୍କ ପାଇଁ ସତର୍କ ଘଣ୍ଟି।...

Advertisment

ଗତ ମେ ୮ରେ ଭୁବନେଶ୍ୱର ଜୟଦେବ ଭବନରେ ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନାଚକ୍ରରେ ଉଭୟ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଝାରସୁଗୁଡା ଉପନିର୍ବାଚନକୁ ନଯାଇ ରାଜଧାନୀରେ ମେଳି କରି ଦଳ ବିରୋଧରେ କହିଥିବାରୁ ମୋକିମ ଓ ଚିରଞ୍ଜୀବଙ୍କ ନାଁରେ ଏଆଇସିସି ଶୃଙ୍ଖଳା କମିଟି ପାଖରେ ଅଭିଯୋଗ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଅଭିଯୋଗ ଫର୍ଦ୍ଦରେ ସେ ଉଲ୍ଲେଖ କରିଥିଲେ ଯେ, ଉଭୟଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଝାରସୁଗୁଡା ଉପନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲା । ଯାହାକୁ ଆଧାର କରି ଏଆଇସିସି ଶୃଙ୍ଖଳା କମିଟି ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଉତ୍ତର ସନ୍ତୋଷଜନକ ନଥିବାରୁ ଏଆଇସିସି ଏ ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଛନ୍ତି। ସେପଟେ ସଫେଇରେ ମୋକିମ କହିଛନ୍ତି, ସଂଗଠନ ମଜଭୁତ ଉଦ୍ଦେଶ୍ୟ ନେଇ ସଭାର ଆୟୋଜନ କରିଥିଲେ । ନିଲମ୍ବନ ପରେ ବି ସେ ଦଳ ସହିତ ରହିବେ ।

Advertisment

ଆଲୋଚନାଚକ୍ରରେ, ନେତୃତ୍ୱ ଓ ଲଢୁଆ ମନବୃତିର ଅଭାବ, ଯୁବକଙ୍କୁ ସ୍ଥାନ ନମିଳିବା, ପିସିସି ସଭାପତି କାହାକୁ ପଚାରୁନଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି ବର୍ଷିଥିଲେ ଚିରଞ୍ଜୀବ। ସେହିପରି କଂଗ୍ରେସରେ ୯ ଜଣ ବିଧାୟକ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିନ୍ତୁ ୨୦ ଜଣ ଏବଂ ଆସନ୍ତା ନିର୍ବାଚନରେ ଦଳ ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇପାରିବ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ। ଯେଉଁଥିରୁ ସ୍ପଷ୍ଟ ଯେ, ମୋକିମ୍ ଓ ଚିରଞ୍ଜୀବଙ୍କ ଜତିପାତ ଶରତ ପଟ୍ଟନାୟକଙ୍କ ସହ ପଡୁନି ବୋଲି। ପୂର୍ବରୁ ଦଳର ଉପସଭାପତି ଥିବା ଚିରଞ୍ଜୀବ ନୂଆ କମିଟିରେ କେବଳ କାର୍ଯ୍ୟକାରୀ କମିଟି ସଦସ୍ୟ ବ୍ୟତୀତ ଅନ୍ୟକିଛି ଦାୟିତ୍ୱ ପାଇନାହାଁନ୍ତି। ଏହା ପୂର୍ବରୁ ବିଧାୟକ ସୁର ରାଉତରାୟଙ୍କୁ ବି ଦୁଇ ଦୁଇ ଥର ପାର୍ଟି ବିରୋଧୀ ମନ୍ତବ୍ୟ ଲାଗି କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଜ

ୟପୁର ବିଧାୟକ ତାରା ବାହିନୀପତି ଖୋଲା ମଞ୍ଚରେ ନବୀନ ବନ୍ଦନା କରି ଚର୍ଚ୍ଚାକୁ ଆସିଥିଲେ ବି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ନଥିଲା। କିନ୍ତୁ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ହରାଇବାକୁ ପଡିଛି ଜିଲ୍ଲା ସଭାନେତ୍ରୀ ପଦ । ଏବେ ପ୍ରଶ୍ନ ରାଜ୍ୟରେ କଂଗ୍ରେସ ଯେତେବେଳେ ସୁପ୍ତ ଅବସ୍ଥାରେ ଅଛି ସେ ସମୟରେ ଏଭଳି କାର୍ଯାନୁଷ୍ଠାନ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେବନି ତ?

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଏକ ପ୍ରକାର ପୁରୁଣା ଘା। କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନେଇଥିବା ନିଲମ୍ବନ ମେଡିସିନ, ଘା କୁ କେତେ ଭଲ କରୁଛି ତା ଉପରେ ନଜର ।

Odisha Congress Mohammed Moquim Chiranjib Biswal
Advertisment
Advertisment