/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689413409.jpg)
ISRO VSSC Recruitment 2023: Apply for scientist and engineer posts
ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବୈଜ୍ଞାନିକ / ଇଂଜିନିୟର-ଏସ୍ଡି(SD) ଏବଂ ବୈଜ୍ଞାନିକ / ଇଂଜିନିୟର- ଏସସି(SC) ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୨୧ ଜୁଲାଇ। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.vssc.gov.in ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
Advertisment
ଖାଲି ପଦବୀ:
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବୈଜ୍ଞାନିକ / ଇଂଜିନିୟର-ଏସ୍ଡି ଏବଂ ବୈଜ୍ଞାନିକ / ଇଂଜିନିୟର-ଏସସି ପଦଗୁଡ଼ିକ ପାଇଁ ମୋଟ୍ ୬୧ଟି ପଦବୀ ପୂରଣ ହେବ।
ଆବେଦନ ଶୁଳ୍କ:
- ଆବେଦନ ଶୁଳ୍କ ଭାବେ ସମସ୍ତ ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଦେବାକୁ ହେବ
- ଲିଖିତ ପରୀକ୍ଷାରେ ପହଞ୍ଚିବା ପରେ ମହିଳା, ଏସ୍ସି, ଏସ୍ଟି, ପୂର୍ବତନ ଚାକିରିଆ ଏବଂ ବେଞ୍ଚମାର୍କ ଭିନ୍ନକ୍ଷମ (PWBD) ବ୍ୟକ୍ତିଙ୍କୁ ପୂରା ଆବେଦନ ଶୁଳ୍କ ଫେରସ୍ତ କରାଯିବ।
Advertisment
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ www.vssc.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ ଥିବା career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
- ତା’ପରେ, “VSSC Recruitment Advertisement No: RMT327” ଉପରେ କ୍ଲିକ୍ କରନ୍ତୁ।
- ସ୍କ୍ରିନ୍ରେ ଏକ ନୂତନ ପେଜ୍ ଖୋଲିବ
- ଆବେଦନ ଫର୍ମ ପୂରଣ କରନ୍ତୁ
- ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
- ଫର୍ମ Submit କରନ୍ତୁ ଏବଂ ଭବିଷ୍ୟତର ସନ୍ଦର୍ଭ ପାଇଁ ଏକ ପ୍ରିଣ୍ଟ ଆଉଟ୍ କାଢନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)