ଟୋଲ୍ ମାଗିବାରୁ ଜଣେ ମହିଳା ଜୋରଜବରଦସ୍ତ ଟୋଲ୍ ବୁଥ୍ ଭିତରେ ପଶି ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।
ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।
ବେଲଗାମ୍ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।
ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ ।
ଦକ୍ଷିଣ ଆଫ୍ରିକାର ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା ନେଲ୍ସନ୍ ମଣ୍ଡେଲା ଜେଲ୍ରେ ଥିବାବେଳେ ରଙ୍ଗଭେଦ ନୀତି ବିରୋଧରେ ଲଢିଥିଲେ। ସେ କେବଳ ଗୋରା ଓ କଳା ମଧ୍ୟରେ ଥିବା ବ୍ୟବଧାନକୁ ସମାପ୍ତ କରିନାହାଁନ୍ତି, ବରଂ ୧୦ ମେ ୧୯୯୪ରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଦେଲେ।
ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି।
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୨ ଗତେ କର୍କଟ । ତିଥି- ପ୍ରତିପଦ ରାତ୍ରି ୦୨.୧୦ ଗତେ ୨ୟା । ଘାତ ଚନ୍ଦ୍ର- ନାସ୍ତି ।
ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡିଙ୍କ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।
ଆଜିକାଲି ଶାନ୍ତି ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ତାଲିକା ବହୁତ କମ୍। ଏଥିରେ ଏକ ସ୍ୱତନ୍ତ୍ର ନାଁ ହେଉଛି ଦକ୍ଷିଣ ଆଫ୍ରିକାର ନେଲ୍ସନ୍ ମଣ୍ଡେଲା। ତାଙ୍କର ଅତୁଳନୀୟ ସଂଗ୍ରାମ ପାଇଁ ତାଙ୍କ ଜନ୍ମଦିନକୁ ‘ନେଲ୍ସନ୍ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ’ ଭାବରେ ପାଳନ କରାଯାଏ।
କରାଚିରେ ଏକ ଦେଢ଼ଶହ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ପାକିସ୍ତାନ ସରକାର। ଏହି ମାରି ମାତା ମନ୍ଦିର ସୋଲଜର୍ ବଜାରରେ ଥିଲା । ବିଦ୍ୟୁତ ସଂଯୋଗ କାଟି ସ୍ଥାନୀୟ ଅଞ୍ଚଳକୁ ଅନ୍ଧାର କରିବା ପରେ ପୋଲିସ ସୁରକ୍ଷା ବଳୟରେ ମନ୍ଦିର ଭଙ୍ଗାଯାଇଥିବା ସୂଚନା ମିଳିଛି।
ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍।
ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।
ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି।
ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।
‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି ।
ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ ।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି ।
ବୈଠକରେ କଂଗ୍ରେସରୁ ସୋନିଆ, ରାହୁଲ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ମମତା, ଅଖିଳେଶ, ନୀତୀଶ,ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ।
ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।
‘ଜୱାନ’ର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ ପ୍ରଶଂସକ ଏବଂ ଟ୍ରେଡ୍ ଆନାଲିଷ୍ଟ୍ ଫିଲ୍ମର ବକ୍ସ ଅଫିସ୍ ରୋଜଗାରକୁ ନେଇ ନିଜ ନିଜ ପୂର୍ବାନୁମାନ ବାଣ୍ଟିବାରେ ଆରମ୍ଭ କରିଦେଇଛନ୍ତି। KRK ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। ସେ ଯାହା କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବା ଥୟ।