Advertisment

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ! ୧୯ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

author-image
Chandan Shishu
ଅଦ୍ୟତନ ହୋଇଛି
heavy rainfall alert till 19th july

heavy rainfall alert till 19th july

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ। ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଲଘୁଚାପର ରୂପ ନେଇପାରେ। ଫଳରେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Advertisment
Heavy RainfallHeavy Rainfall

ସେହିପରି୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସନ୍ଧ୍ୟା ୫ ଟା ୩୦ ସୁଦ୍ଧା ଭଦ୍ରକ ସହରରେ ୧୬୫ ମିମି ବର୍ଷା ରେକର୍ଡ ଜଗତସିଂହପୁରରେ ୧୩୨.୬ ମିମି ରେକର୍ଡ କରାଯାଇଛି। ସେହିପରି ପୁରୀରେ ୮୮.୬, ଢେଙ୍କାନାଳରେ ୭୦, ନୟାଗଡରେ ୪୩.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

ଆଗକୁ ବଢିବ ବର୍ଷା ପରିମାଣ । ଏନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ସତର୍କ କରିଛନ୍ତି SRC। ଆଜିଠୁ ୧୯ ଯାଏଁ ପ୍ରବଳ ବର୍ଷା ନେଇ IMDର ଆକଳନ ପରେ ଏସଆରସି ପକ୍ଷରୁ ସତର୍କ କରାଯାଇଛି। ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ଥାନାନ୍ତର ସହ ପମ୍ପ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଡ୍ରେନ ଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Bay Of Bengal Cyclonic Circulation
Advertisment
Advertisment