Advertisment

ସର୍ପ ସଚେତନତା ଶିବିର: ଛାତ୍ରଛାତ୍ରୀ ଜାଣିଲେ ସାପକାମୁଡାର ପ୍ରାଥମିକ ଚିକିତ୍ସା

ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ ।

author-image
Chandan Shishu
awareness campaign on world snake day

awareness campaign on world snake day

ବିଶ୍ଵ ସର୍ପ ଦିବସ ଅବ୍ୟବହିତ ପୂର୍ବ ସନ୍ଧ୍ୟାରେ ପୋଖରୀପୁଟ ଡିଏଭି ସ୍କୁଲ ରେ ଶନିବାର ଦିନ ଆୟୋଜିତ ହୋଇଯାଇଛି ଏକ ସର୍ପ ସଚେତନତା ଶିବିର । ସ୍କୁଲର ଅଡିଟୋରିଅମରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ୨୧୦ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ଏଇ ଶିବିର ରେ ଅତିଥି ଭାବରେ ଯୋଗ ଦେଇଥିଲେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସ୍କୁଲର ପ୍ରିନସିପାଲ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଏଇ ସର୍ପ ସଚେତନତା ଶିବିରଟିକୁ ଉଦଘାଟନ କରିଥିଲେ। 

Advertisment
ସର୍ପ ସଚେତନତା ଶିବିରସର୍ପ ସଚେତନତା ଶିବିର

ଛାତ୍ର ଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପ କାମୁଡାର ପ୍ରାଥମିକ ଚିକିତ୍ସା, ସାପ କାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ଶୁଭେନ୍ଦୁ ମଲ୍ଲିକ ବୁଝାଇଥିଲେ । ସମାଜରେ ସାପ ଏବଂ ସାପକାମୁଡା ନେଇ ଦେଖାଯାଉଥିବା ଅନ୍ଧବିଶ୍ଵାସ ରେ ସମୟ ନଷ୍ଟ ନକରି, ସର୍ପାଘାତ ରୋଗୀକୁ କିପରି ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବା ସେଇ ବିଷୟରେ ସଚେତନ କରେଇବା ପାଇଁ ଆମେ ଏଇ ଶିବିରଟିର ଆୟୋଜନ କରିଥିଲୁ ବୋଲି କହିଛନ୍ତି ସ୍କୁଲର ପ୍ରିନସିପାଲ ବିପିନ କୁମାର ସାହୁ । 

ସର୍ପ ସଚେତନତା ଶିବିରସର୍ପ ସଚେତନତା ଶିବିର

ଶେଷରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମନରୁ ସାପ ପ୍ରତି ଥିବା ଭୟ ଦୂର କରେଇବା ପାଇଁ ଏକ ଏଗଜୋଟିକ ବା ବିଦେଶୀ  ଆଫ୍ରିକୀୟ ବଲ୍ ପାଇଥନ ସାପ କୁ ହାତରେ ଛୁଇଁବାକୁ ଦିଆଯାଇଥିଲା । ସାପ ମାନେ ଶୀତଳ ରକ୍ତ ଧାରୀ ପ୍ରାଣୀ ବୋଲି ଛାତ୍ର ଛାତ୍ରୀ ମାନେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ । 

Advertisment
ଛାତ୍ରଛାତ୍ରୀ ମାନେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେଛାତ୍ରଛାତ୍ରୀ ମାନେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ

ଡିଏଭି ସ୍କୁଲ ସମୂହର ଓଡ଼ିଶା ରାଜ୍ୟ ଆଞ୍ଚଳିକ ସହ ଅଧିକାରୀ ଡଃ ସୁଜାତା ସାହୁ କହିଛନ୍ତି “ଏଇ ଭଳି ସଚେତନତା ଶିବିର ଆୟୋଜନ କରିବା ଦ୍ଵାରା ପିଲାମାନଙ୍କ ମନରୁ ଭୟ ଦୂର ହେବା ସହିତ ସେମାନେ ବଡ ହେଲେ ମଣିଷ ଏବଂ ସାପ ଦ୍ଵନ୍ଦ କୁ କମେଇବା ଦିଗରେ ସହାୟକ ହୋଇ ପାରିବେ: । 

ଏଇ ସଚେତନତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସ୍କୁଲର ବରିଷ୍ଠ ନିରିକ୍ଷୀକା ଶ୍ରୀମତୀ ସ୍ମରଣିକା ପଟ୍ଟନାୟକ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଏଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Snakehelpline
Advertisment
Advertisment