• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀସ୍ତ୍ରୀ ..ସୁଖଦୁଃଖର ସାଥୀ..ବିଶ୍ୱାସର ରଜ୍ଜୁରେ ବନ୍ଧା ଉଭୟଙ୍କ ଜୀବନ । ବିବାହ ପରେ ସ୍ୱାମୀ ତୁଳନାରେ ସ୍ତ୍ରୀର ଜୀବନରେ ଆକାଶ ପାତାଳ ପରିବର୍ତ୍ତନ ହୋଇଯାଏ । ଝିଅଟିଏ ମଥାରେ ଟୋପାଏ ସିନ୍ଦୂର ନାଇ ଜଣେ ଅଜଣା ମଣିଷ ପାଇଁ ହସି ହସି ସବୁଦିନ ପାଇଁ ପର ଘରକୁ ଚାଲିଆସେ । ନିଜ ଘରେ ୮ଟା ପର୍ଯ୍ୟନ୍ତ ଶୋଉଥିବା ମଣିଷ ସ୍ୱାମୀ ପାଇଁ ସଅଳ ଉଠିପଡ଼େ । ନିଜ ମନପସନ୍ଦର ଖାଇବା କେବେ ଖାଇପାରେନି । ସ୍ୱାମୀ ଓ ଶାଶୂଘର ଲୋକଙ୍କ ପାଇଁ ପସନ୍ଦ ରାନ୍ଧଣା ତିଆରି କରି ଥକିଯାଏ, ହେଲେ ପଦିଏ କଥା କହେନି । ଛାତିରେ ସବୁ କୋହକୁ ଚାପି ଧରି ବିନା ଅଭିଯୋଗରେ ଶାଶୂଘରର ଗଞ୍ଜଣା ସହିଯାଏ । ଅନ୍ୟ ଖୁସିରେ ଖୁସି ହୋଇ ସବୁବେଳେ ସ୍ୱାମୀ ପାଖେ ପାଖେ ଛାଇ ପରିଥାଏ । ହେଲେ ସେହି ସ୍ୱାମୀ ଯେତେବେଳେ ପବିତ୍ର ସମ୍ପର୍କକୁ ବଜାରରେ ନିଲାମ କରିଦିଏ, ସେତେବେଳେ ଅଭାଗିନୀ ସ୍ତ୍ରୀ କାହା ନିକଟକୁ ଯିବ ଆଉ ଅଭିଯୋଗ କରିବ । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି । ରାଜଧାନୀ ଦିଲ୍ଲୀରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ।

ପୀଡ଼ିତା ମହିଳା ଜଣକ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ର ବାସିନ୍ଦା ହୋଇଥିବା ବେଳେ ବିବାହ ମୁରଦାବାଦର ଜଣେ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ସ୍ୱାମୀସ୍ତ୍ରୀ ଦିଲ୍ଲୀର ନୋଇଡ଼ା ସେକ୍ଟର ୧୩୭ରେ ରହୁଥିଲେ । ଜୁଲାଇ ୯ ତାରିଖରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସମେତ ୯ ଜଣ ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ମହିଳା ଜଣକ ନିଜ ସ୍ୱାମୀଙ୍କ ବିରୋଧରେ  ‘ୱାଇପ୍‌ ସ୍ୱାପିଂ’ ଅଭିଯୋଗ ଆଣିଛନ୍ତି । କେବେଳ ସ୍ୱାମୀ ନୁହେଁ, ସ୍ୱାମୀଙ୍କ ସାଙ୍ଗ ଓ ତାଙ୍କ ସ୍ତ୍ରୀ ବିରୋଧରେ ମଧ୍ୟ ସ୍ତ୍ରୀ ବଦଳ ଅଭିଯୋଗ ଆଣିଛନ୍ତି । ଏକ ହାଉସ୍‌ ପାର୍ଟିରେ ଜୋରଜବରଦସ୍ତି ମଦ୍ୟପାନ କରାଇ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ମହିଳା । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

ମହିଳାଙ୍କ ଅଭିଯୋଗ ଅନୁସାରେ, ବିବାହ ପରଠାରୁ ଶାଶୂଘର ଲୋକ ଆଧୁନିକ ହେବା ପାଇଁ ଚାପ ପକାଉଛନ୍ତି । ଏପରିକି ତାଙ୍କ ଶାଶୂ, ସ୍ୱାମୀଙ୍କ ସହ କେବେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ସେନେଇ ଦିନ ସ୍ଥିର କରୁଥିଲେ । ସବୁବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକ ।

ଗତ ଏପ୍ରିଲ୍‌ ୧୮ ତାରିଖରେ ମହିଳାଙ୍କୁ ତାଙ୍କ ସ୍ୱାମୀ ସେକ୍ଟର -୭୫ର ଏକ ଫ୍ଲାଟ୍‌କୁ ହାଉସ୍‌ ପାର୍ଟି ପାଇଁ ନେଇଥିଲେ । ସେଠାକୁ ସ୍ୱାମୀଙ୍କ ବନ୍ଧୁମାନେ ବି ସେମାନଙ୍କ ସ୍ତ୍ରୀଙ୍କ ସହ ଆସିଥିଲେ। ଆଉ ତା’ପରେ ତାଙ୍କ ସ୍ୱାମୀ ଜବରଦସ୍ତ ମଦ ପିଆଇ ସାଙ୍ଗ ସହିତ ଶାରୀରିକ ସଂପର୍କ ରଖିବାକୁ କହିଥିଲେ । ଆଉ ତା’ପରେ ନିଜେ ସାଙ୍ଗର ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ମଧ୍ୟ କହିଥିଲେ । ତେବେ ମହିଳା ଜଣକ ଏଥିରେ ରାଜି ନହେବାରୁ ବିବାହ ଭାଙ୍ଗିବାକୁ ଧମକାଇଥିଲେ । ଏବେ ଏହି ଘଟଣାରେ ମୋଟ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଛାନଭିନ୍‌ ଆରମ୍ଭ କରିଛି ପୋଲିସ ।