/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689415572.jpg)
Odisha Congress
କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।
Advertisment
ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କ ଠାରୁ ଏକ୍ସପ୍ଲାନେସନ ମଧ୍ୟ ମଗାଯାଇଥିଲା । ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା । ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଡିଏସି । ତେଣୁ ଉଭୟଙ୍କୁ ସସ୍ପେଣ୍ଡ ନେଇ ଡିସିପ୍ଲିନାରୀ ଆକ୍ସନ କମିଟିର ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)