• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆବୁଧାବି ବିମାନ ବନ୍ଦରରେ ଅବତରଣ କରିଥିଲେ । ବିମାନବନ୍ଦରରେ ତାଙ୍କୁ କ୍ରାଉନ୍ ପ୍ରିନ୍ସ ଏଚଏଚ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ ଭବ୍ୟ ସ୍ୱାଗତ କରିଥିଲେ । ଏଥି ସହ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଦୁବାଇରେ ନିର୍ମିତ ବିଶ୍ୱର ସର୍ବବୃହତ କୋଠା ବୁର୍ଜ ଖଲିଫାରେ ତ୍ରିରଙ୍ଗା ସହିତ ମୋଦିଙ୍କ ଚିତ୍ର ଦେଖିବାକୁ ମିଳିଥିଲା । ତାଙ୍କୁ ପାଇଁ ଆଲୋକରେ ଲେଖା ଯାଇଥିଲା - Welcome to Hon'ble Prime Minister, Narendra Modi ।

ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକ କରିବେ । ସେଠାକାର ଅନୁସାରେ ଅପରାହ୍ନ ପ୍ରାୟ ୨ଟା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ଏହା ପରେ ପ୍ରତିନିଧୀ ମଣ୍ଡଳଙ୍କ ସହ ଆଲୋଚନା ହେବ । ତା’ପରେ ଅପରାହ୍ନ ୩.୨୦ ରେ ମଧ୍ୟାହ୍ନ ଭୋଜନ ହେବ । ଆଉ ତା’ପରେ ସେ ରାତି ୪.୪୫ରେ ଦିଲ୍ଲୀ ଅଭିମୁଖେ ବାହାରିଯିବେ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ହେବା ପର ଠାରୁ ୟୁଏଇକୁ ଏହା ମୋଦିଙ୍କର ପଞ୍ଚମ ଗସ୍ତ । ଅଗଷ୍ଟ ୨୦୧୫ରେ ସେ ସଂଯୁକ୍ତ ଆରବ ଏମିରେଟ୍ସକୁ ପ୍ରଥମ ଥର ପାଇଁ ଗସ୍ତ କରିଥିଲେ । ୩୪ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁଏଇ ଗସ୍ତ ଥିଲା ।

ଭାରତ ଏବଂ ୟୁଏଇ ମଧ୍ୟରେ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା କ୍ଷେତ୍ର ଉପରେ ଆଲୋଚନା କରାଯାଇପାରେ । ଭାରତ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ- ମୁଁ ମୋର ବନ୍ଧୁ, ତାଙ୍କ ଆରବ ଏମିରେଟ୍ସର ସଭାପତି ତଥା ଆବୁଧାବିର ଶାସକଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ପ୍ରତିରକ୍ଷା, ସୁରକ୍ଷା ଏବଂ ଦୃଢ଼ ଲୋକ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ର ସହିତ ଜଡିତ ଅଛନ୍ତି ।