• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଜାରରେ ଟମାଟୋ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ରୋଷେଇ ଘରେ ଟମାଟୋର ଭାଉ କହିଲେ ନସରେ । କୌଣସି ବି ତରକାରୀ ହେଲେ ଆବଶ୍ୟକ ପଡ଼ିଥାଏ ଟମାଟୋ । ହେଲେ ବର୍ତ୍ତମାନ ଏହାର ଦର ଉଚ୍ଚ ରହିଥିବାରୁ ଟମାଟୋର ଆବଶ୍ୟକତାକୁ ନେଇ ଘରର ଗୃହିଣୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏପରିକି ସ୍ୱାମୀଙ୍କ ସହ ବଡ଼ ଧରଣର ବଚସା ହେଉଥିବା ନଜରକୁ ଆସୁଛି ।

ବର୍ତ୍ତମାନ ସେହିପରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ବଚସାର କୌତୁହଳ ଖବର ଚର୍ଚ୍ଚାର ପରିଧିକୁ ଆସିଛି । ମାତ୍ର ଗୋଟିଏ ତରକାରୀରେ ୨ଟି ଟମାଟୋ ବ୍ୟବହାର କରିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ପରେ ସ୍ତ୍ରୀ ରାଗିଯାଇ ଘର ଛାଡ଼ି ଚାଲିଯାଇଛନ୍ତି ।

ଆଉ ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଖବରଟି ମଧ୍ୟପ୍ରଦେଶରୁ ଆସିଛି । ଶାହଦୋଲ ଜିଲ୍ଲାର ଜଣେ ମହିଳା ଟମାଟୋକୁ ନେଇ ସ୍ୱାମୀଙ୍କ ଉପରେ ରାଗିବା ସହ ଘର ଛାଡ଼ି ଚାଲିଯାଇଥିଲେ । ସାଙ୍ଗରେ ତାଙ୍କ ଝିଅକୁ ମଧ୍ୟ ନେଇଯାଇଥିଲେ । ପରେ ବ୍ୟକ୍ତି ଜଣକ ଉଭୟଙ୍କୁ ବହୁ ଖୋଜା ଖୋଜି କରିବା ପରେ ସେମାନଙ୍କୁ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୋଗ ଅଭିଯୋଗ କରିବା ପରେ ଘଟଣାରେ ପୋଲିସ ଅସ୍ତକ୍ଷେପ କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମିଶାଇଛନ୍ତି । ତାହା ସହ ସ୍ୱାମୀ ଜଣକ ନିଜ ଭୁଲ ସ୍ୱୀକାର କରିବା ସହିତ ସ୍ତ୍ରୀଙ୍କୁ ୫ଶହ ଗ୍ରାମ ଟମାଟୋ ଦେଇ ଘରକୁ ଫେରାଇ ଆଣିଥିବା ଜଣାପଡ଼ିଛି ।