Advertisment

ଏତେ ବର୍ଷା ! ଘରେ ପଶିଲାଣି ପାଣି, ଦୋକାନ ବଜାର ଖୋଲୁନି; ଚାରିଆଡ଼େ ଜଳମଗ୍ନ...

ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Heavy Rain

Heavy Rain

ଦେଶରେ ମୌସୁମୀ ସକ୍ରିୟ ରହିଛି । ତେବେ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳର କେତେକ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ତେବେ ଉତ୍ତରାଖଣ୍ଡରେ ଦୁଇ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ମହାରାଷ୍ଟ୍ରର କୋଙ୍କଣର ଅନେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ଲାଗି IMD ସତର୍କ ସୂଚନା ଜାରି କରିଛି। 

Advertisment

ସେପଟେ ରାଜସ୍ଥାନ ଆଜମେର ସହରରେ ବର୍ଷାର ତାଣ୍ଡବ । ୩ ଘଣ୍ଟା ଧରି ଲଗାଣ ବର୍ଷା ହେବାଫଳରେ ସହରର ଅନେକ କଲୋନୀରେ ଲହଡ଼ି ଭାଙ୍ଗୁଛି ପାଣି। ସହରର ହନୁମାନ ନଗର କୋପରୱାଡାରେ ଲୋକଙ୍କ ଘରେ ପାଣି ପଶିଯିବା ସହ ଅନେକ ଦୋକାନରେ ପାଣି ପଶିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜସ୍ଥାନର ଅନେକ ଅଞ୍ଚଳରେ ଦୁଇ ଦିନ ଧରି ପ୍ରବଳ ବର୍ଷିବ । ଅନ୍ୟପଟେ ସହରର ତଳିଆ ଅଞ୍ଚଳରେ ବି ପାଣି ପଶିଯିବାରୁ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ତଳରେ ରଖାଯାଇଛି। 

ସେହିଭଳି ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ଦାଉ । ଅଞ୍ଚଳର କାଏସ ଓ ଶେରୱାଗ ଅଞ୍ଚଳରେ ବାଦଲଫଟା ବର୍ଷା ଫଳରେ ଆସିଥିବା ଅଚାନକ ବନ୍ୟା ପାଣିରେ ଭାସି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଯାଇଛି।

Advertisment

ସେହପରି ଗୁରୁତରଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ହିମାଚଳ ପ୍ରଦେଶ ସରକାର ।  କିଛି ଦିନ ଧରି ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗିଥିବା ବେଳେ ବନ୍ୟାରେ ବ୍ୟାପକ କ୍ଷତି ହୋଇଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ବନ୍ୟା ପୀଡିତଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ରାସନ ଯୋଗାଯାଉଛି। 

Heavy Rainfall Rain Alert
Advertisment
Advertisment