Advertisment

ଯାଜପୁରରେ ବଡ଼ ଅଘଟଣ: NH-୧୬ରେ ଭୁଶୁଡ଼ିଲା ବ୍ରିଜ୍

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁର ଜିଲ୍ଲାରେ ‌ଏହି ଅଘଟଣ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jajpur Bridge Collapse

Bridge on NH-16 collapses in Jajpur

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁରଜିଲ୍ଲା ରସୁଲପୁର ବ୍ଲକ୍  ନିକଟରେ ‌ଏହି ଅଘଟଣ ଘଟିଛି।  ସୌଭାଗ୍ୟବଶତଃ ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିଲା। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ବ୍ରିଜ୍‌ର ଗୋଟିଏ ସ୍ପାନ୍‌ ସମ୍ପୂର୍ଣ୍ଣ ଦବିଯିବାରୁ ଚେନ୍ନାଇ-କୋଲକତା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆଜି ଭୋରରୁ ଏହି ଅଘଟଣ ଘଟିଛି। ତେବେ ସକାଳ ସମୟରେ ବ୍ରିଜ୍ ଦବିଥିବାରୁ ଏହା ଗାଡ଼ି ଚାଳକଙ୍କ ନଜରକୁ ଆସିପାରିଥିଲା। ଫଳରେ କୌଣସି ପ୍ରକାର ବଡ଼ ଅଘଟଣକୁ ଏଡ଼ା ଯାଇ ପାରିଛି।

Advertisment

ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ବ୍ରିଜ୍‌ଟି କେତେ ପୁରଣା, କେଉଁ କାରଣରୁ ସ୍ପାନ୍ ଦବିଛି ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Bridge Collapse
Advertisment
Advertisment