• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମେଳା ଦେଖି ଖୁସିରେ ଫେରିବା ବେଳେ ସାଙ୍ଗ ସାଜିଲା ସଇତାନ । ମେଳା ବୁଲାଇବା ନାଁରେ ରଚିଥିଲା ଷଡ଼ଯନ୍ତ୍ର । ବିଶ୍ୱାସ ଦେଇ ଭରସା ଭାଙ୍ଗିଲା ସାଙ୍ଗ । ଲୁଟିନେଲା ଇଜ୍ଜତ । ଝାଡ଼ଖଣ୍ତ ରାଞ୍ଚିରେ ଜଣେ ଯୁବତୀ ଓ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏଭଳି ଅମାନବୀୟ କାଣ୍ତ ଘଟାଇଛନ୍ତି ତାଙ୍କ ସହ ମେଳା ଦେଖିବାକୁ ଯାଇଥିବା ବନ୍ଧୁ ।

ସୂଚନାନୁଯାୟୀ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ତିନି ସାଙ୍ଗ ମିଶି ଦୁଇଜଣଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଘଟଣାଟି ସୋମବାର ଘଟିଥିବାର ପୋଲିସ ସୂଚନା ଦେଇଛି । ରାଞ୍ଚି ପୋଲିସ୍‌ ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜଣେ ନାବାଳିକା ଓ ଜଣେ ଯୁବତୀ ନିଜର ୩ ପୁରୁଷ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ। ସେଠାରୁ ହସଖୁସିରେ ଫେରିବା ବେଳେ ସେମାନଙ୍କ ସାଙ୍ଗମାନେ ବାଟରେ ସେମାନଙ୍କୁ ଧମକାଇ ଗଣଦୁଷ୍କର୍ମ କରିଥିଲେ ।

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ସାଙ୍ଗ: ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ଦେଇ ଗଣଦୁଷ୍କର୍ମ କଲେ!

ଘଟଣା ସମ୍ପର୍କରେ ପୀଡ଼ିତା ଦୁଇଜଣ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଏନେଇ ମାମଲା ରୁଜୁ କରି ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା । ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଭଳି ଅମାନବୀୟ କାଣ୍ତ ସହରରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି । ଗତ ୧୫ ତାରିଖରେ ମଧ୍ୟ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।

ଏହି ଘଟଣାରେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ହେମନ୍ତ ସୋରେନଙ୍କ ଶାସନ କାଳରେ ନାବାଳିକା ଓ ଯୁବତୀ ସୁରକ୍ଷିତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ କହିଛନ୍ତି ରାଜ୍ୟରେ ଗତ ସାଢେ ୩ ବର୍ଷ ମଧ୍ୟରେ ୫,୫୦୦ ବଳାତ୍କାର ମାମଲା ଘଟି ସାରିଲାଣି । ହେଲେ ପୋଲିସ୍‌ ସବୁ ଜାଣିଶୁଣି ଚୁପ୍‌ ରହିଛି ।