Advertisment

ପାକିସ୍ତାନରେ ଅସୁରକ୍ଷିତ ହିନ୍ଦୁ ମନ୍ଦିର: ୧୫୦ ବର୍ଷ ପୁରୁଣା ମନ୍ଦିର ଉଚ୍ଛେଦ କଲା ପାକ୍ ସରକାର

କରାଚିରେ ଏକ ଦେଢ଼ଶହ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ପାକିସ୍ତାନ ସରକାର। ଏହି ମାରି ମାତା ମନ୍ଦିର ସୋଲଜର୍ ବଜାରରେ ଥିଲା । ବିଦ୍ୟୁତ ସଂଯୋଗ କାଟି ସ୍ଥାନୀୟ ଅଞ୍ଚଳକୁ ଅନ୍ଧାର କରିବା ପରେ ପୋଲିସ ସୁରକ୍ଷା ବଳୟରେ ମନ୍ଦିର ଭଙ୍ଗାଯାଇଥିବା ସୂଚନା ମିଳିଛି।

author-image
Chandan Shishu
Dacoits attack Hindu temple with rocket launchers in Pakistan

Dacoits attack Hindu temple with rocket launchers in Pakistan

ପାକିସ୍ତାନରେ ଅସୁରକ୍ଷିତ ହିନ୍ଦୁ ମନ୍ଦିର। କେଉଁଠି ସରକାରଙ୍କ ତରଫରୁ ହିନ୍ଦୁ ମନ୍ଦିର ଉଚ୍ଛେଦ କରାଯାଉଛି, ତ ଆଉ କେଉଁଠି ମନ୍ଦିର ଉପରେ ରକେଟ୍ ଲଞ୍ଚର ଦ୍ବାରା ହେଉଛି ଆକ୍ରମଣ। ସିନ୍ଧ ପ୍ରଦେଶର କାଶ୍ମୋର ଅଞ୍ଚଳରେ ଥିବା ଏକ ମନ୍ଦିର ଉପରେ ରକେଟ୍ ଆକ୍ରମଣ କରିଛନ୍ତି ଡକାୟତ। ପୂଜାସ୍ଥଳ ସହିତ ଆଖପାଖ ସଂଖ୍ୟାଲଘୁ ହିନ୍ଦୁଙ୍କ ଜନବସତି ଉପରେ ବି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Advertisment

ତେବେ ଆକ୍ରମଣ ବେଳେ ମନ୍ଦିରଟି ବନ୍ଦ ଥିଲା । ତେଣୁ କାହାର କ୍ଷୟକ୍ଷତି ହୋଇନାହିଁ । ରକେଟ ଲଞ୍ଚରରେ ଆକ୍ରମଣ ପରେ ସେଠାରେ କାଶ୍ମୋର ଖଣ୍ଡକୋଟ ପୋଲିସ ପହଞ୍ଚି କିଛି ଖୋକା ଓ ଅଫୁଟା ରକେଟ୍ ଜବତ କରିଛି। ପାକିସ୍ତାନୀ ମହିଳା ସୀମା ହାଇଦର ନିଜ ହିନ୍ଦୁ ଯୁବକଙ୍କୁ ବିବାହ କରିବା ପାଇଁ ଭାରତ ପଳାଇ ଆସିବା ଘଟଣାକୁ ବିରୋଧ କରି, ୮ରୁ ୯ଜଣ ଡକାୟତ ଏହି ଆକ୍ରମଣ କରିଥିବା କୁହାଯାଉଛି ।

ତେଣେ କରାଚିରେ ଏକ ଦେଢ଼ଶହ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ପାକିସ୍ତାନ ସରକାର। ଏହି ମାରି ମାତା ମନ୍ଦିର ସୋଲଜର୍ ବଜାରରେ ଥିଲା । ବିଦ୍ୟୁତ ସଂଯୋଗ କାଟି ସ୍ଥାନୀୟ ଅଞ୍ଚଳକୁ ଅନ୍ଧାର କରିବା ପରେ ପୋଲିସ ସୁରକ୍ଷା ବଳୟରେ ମନ୍ଦିର ଭଙ୍ଗାଯାଇଥିବା ସୂଚନା ମିଳିଛି। ତେବେ ପାକିସ୍ତାନ ପ୍ରଶାସନ ପୁରାତନ ମନ୍ଦିର ଲୋକଙ୍କ ପାଇଁ ଅସୁରକ୍ଷିତ ଥିବା ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା ବୋଲି ଉଚ୍ଛେଦ କରାଯାଇଥିବା ଦର୍ଶାଇଥିବା ବେଳେ, ସେଠାରେ ଏକ ସପିଂ ମଲ୍ ତିଆରି କରାଯିବ ବୋଲି ଚର୍ଚ୍ଚା ହେଉଛି।

Advertisment
Hindu Temple Ransacked In Pakistan
Advertisment
Advertisment