Advertisment

ଟୋଲ୍‌ ମାଗିବାରୁ ତୋଡ଼ ଦେଖାଇଲେ ମହିଳା, ବୁଥ୍‌ ଭିତରେ ପଶି କର୍ମଚାରୀଙ୍କ ଚୁଟି ଝିଙ୍କିଲେ...

ଟୋଲ୍‌ ମାଗିବାରୁ ଜଣେ ମହିଳା ଜୋରଜବରଦସ୍ତ ଟୋଲ୍‌ ବୁଥ୍‌ ଭିତରେ ପଶି ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman threatens female toll plaza employee

Woman threatens female toll plaza employee

ଟୋଲ୍‌ ପ୍ଲାଜାରେ ମହିଳାଙ୍କ ଦବଙ୍ଗଗିରି। ଟୋଲ୍‌ ମାଗିବାରୁ ଜଣେ ମହିଳା ଜୋରଜବରଦସ୍ତ ଟୋଲ୍‌ ବୁଥ୍‌ ଭିତରେ ପଶି ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ଦବଙ୍ଗଗିରି କରିଥିବା ସମ୍ପୃକ୍ତ ମହିଳା ଲୁହାରଲି ଟୋଲ୍‌ ପ୍ଲାଜାରେ ମହିଳା କର୍ମଚାରୀ ସୋନମଙ୍କୁ ମାର୍‌ପିଟ୍‌ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳା ଜଣକ ସୋନମଙ୍କ ଚୁଟି ଝିଙ୍କି ତାଙ୍କୁ ଚେୟାରରୁ ତଳେ ପକାଇ ଦେଇଥିଲେ। ଏନେଇ ସୋନମ ଦାଦରୀ ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଛାନ୍‌ଭିନ୍‌ ଚଳାଇଛି। 

Advertisment

ଏନ୍‌ଏଚ୍‌-୯୧ର ଦାଦ୍‌ରୀ ଟୋଲ୍‌ ପ୍ଲାଜାରେ ଏହି ଘଟଣା ଘଟିଛି। ଏଠାରେ ମୁତୟନ ହୋଇଥିବା ଟୋଲ୍‌ କର୍ମଚାରୀ ସୋନମ କହିଛନ୍ତି ଯେ, ସୋମବାର ଦିନ ଏକ କାର୍‌ରେ ଦମ୍ପତି ଆସିଥିଲେ। ଯେତେବେଳେ ମୁଁ ସେମାନଙ୍କୁ ଟୋଲ୍‌ ମାଗିଥିଲି, ଏହି ସମୟରେ କାର୍‌ରେ ଥିବା ମହିଳା ଜଣଙ୍କ ଗାଡ଼ିରୁ ବାହାରି ଆସି ବୁଥ୍‌ ଭିତରେ ପଶି ମାର୍‌ପିଟ୍‌ କରିଥିଲେ। ଏପରିକି ସେ ଟୋଲ୍‌ ବ୍ୟାରିୟରକୁ ମଧ୍ୟ ହଟେଇ ଦେଇଥିଲେ ଓ ଜବରଦସ୍ତୀ ଗାଡ଼ି ନେବା ପାଇଁ ପ୍ରୟାସ କରିଥିଲେ।

Advertisment

ସୋନମ ଆହୁରି କହିଛନ୍ତି ଯେ, ‘ଯେତେବେଳେ ମୁଁ ସେମାନଙ୍କୁ ଟୋଲ୍‌ ମାଗିଥିଲି, ସେହି ସମୟରେ ସେମାନେ ନିଜକୁ ହୃଦୟପୁରର ସ୍ଥାନୀୟ ବାସିନ୍ଦା ବୋଲି କହିଥିଲେ। ଏହାପରେ ମୁଁ ସେମାନଙ୍କୁ ଆଇଡି କାର୍ଡ ଦେଖାଇବା ପାଇଁ କହିଥିଲି। ହେଲେ ତାଙ୍କ ପାଖରେ କୌଣସି ଆଇଡି କାର୍ଡ ନଥିଲା। ଆଇଡି କାର୍ଡ ନଥିବାରୁ ଟୋଲ୍‌ ମାଗିଥିଲି। ଯାହାକୁ ନେଇ କାର୍‌ରେ ବସିଥିବା ମହିଳା ଜଣକ ରାଗି ଯାଇ ଗାଡ଼ିରୁ ବାହାରି ବୁଥ୍‌ ଭିତରେ ଜୋରଜବରଦସ୍ତ ପଶିଥିଲେ। ମୋ ସହ ସେ ଅସଦାଚରଣ କରିବା ସହ ମାର୍‌ପିଟ୍‌ କରିଥିଲେ। ଏପରିକି ଗାଳିଗୁଲଜ ମଧ୍ୟ କରିଥିଲେ।’ 

ଅନ୍ୟପକ୍ଷେ, ଘଟଣାକୁ ନେଇ ଟୋଲ୍‌ କର୍ମଚାରୀଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Advertisment