Advertisment

ବାପ୍‌ରେ ବାପ୍‌ ! ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍, ଫ୍ଲାଇଟ୍‌ରେ ନଥିଲେ କୋ-ପାଇଲଟ୍...

ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Aeroplane Crash landing

Aeroplane Crash landing

ମଝି ଆକାଶରେ ପାଇଲଟଙ୍କର ଖରାପ ହେଲା ଦେହ । ଫ୍ଲାଇଟ୍‌ରେ ବସିଥିବା ଯାତ୍ରୀଙ୍କ ଛାତି ଧକ୍ ଧକ୍ । କେମିତି ବଞ୍ଚିବେ ? କେମିତି ଓହ୍ଲାଇବେ ? କ’ଣ କରିବେ ? କିଏ ତାଙ୍କୁ କରିବ ରକ୍ଷା ? ଏମିତି ଏକ ଦୁଃସ୍ଥିତିର ସାମ୍ନା କରିବାକୁ ପଡ଼ିଛି କିଛି ବିମାନ ଯାତ୍ରୀଙ୍କୁ । ପୁରା କାହାଣୀ ଶୁଣିଲେ ଆପଣଙ୍କର ବି ଛାତି ଥରି ଉଠିବ । ମଝି ଆକାଶରେ ଯଦି ପାଇଲଟଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ଆଉ କୋ-ପାଇଲଟ ସେଠାରେ ନଥାନ୍ତି । ତେବେ ଥରେ ଅନୁମାନ କରନ୍ତୁ କେମିତି ଥିବ ସେହି ପରିସ୍ଥିତି । ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ ।

Advertisment

ତେବେ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଏକ ବିମାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କିନ୍ତୁ ଏଠାରେ ଜଣେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ କେବଳ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇନାହିଁ, ବରଂ ଅସୁସ୍ଥ ପାଇଲଟ୍‌ଙ୍କର ମଧ୍ୟ ଠିକ୍ ସମୟରେ ଚିକିତ୍ସା ପାଇପାରିଛି।

ଘଟଣାଟି ଶନିବାର ଦିନ ଆମେରିକାର ମାସାଚୁସେଟ୍ସ ସହରରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣାଟି ମାସାଚୁସେଟ୍ସର ମାର୍ଥାର ଭିନେୟାର୍ଡ ବିମାନବନ୍ଦରେ ଘଟିଛି। ବିମାନଟି ନ୍ୟୁୟର୍କର ୱେଷ୍ଟଚେଷ୍ଟର କାଉଣ୍ଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଗଲା। ତେଣୁ ପାଇଲଟ ବିମାନ ଉଡ଼ାଇବାକୁ ଅସମର୍ଥ ହୋଇଥିଲେ। କେହି କିଛି ଭାବିବା ପୂର୍ବରୁ ସେହି ବିମାନରେ ଉପସ୍ଥିତ ଜଣେ ଯାତ୍ରୀ ବିମାନ ଉଡ଼ାଇବାର ସାମାନ୍ୟତମ ଅଭିଜ୍ଞତା ନଥାଇ ମଧ୍ୟ ବିମାନକୁ ଉଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ କୌଣସି ପ୍ରକାରେ ସେ ବିମାନକୁ ଅବତରଣ କରିଥିଲେ। ତେବେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନର ବାମପଟ ଡେଣା ଭାଙ୍ଗି ଯାଇଥିଲା।

Advertisment

ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ଅବତରଣ ପରେ ବିମାନ ଉଡ଼ାଣ କରିଥିବା ଯାତ୍ରୀ ଏବଂ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଅଛି। ଏହି ଦୁଇ ଜଣଙ୍କ ବ୍ୟତୀତ ବିମାନରେ ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ଥିଲେ, ଯିଏକି ସାମାନ୍ୟ ଆଘାତ ପାଇଥିଲେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଘରକୁ ପଠାଯାଇଛି। ଏହି ଦୁର୍ଘଟଣା ପରେ ବର୍ତ୍ତମାନ ଉଭୟ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

Flight Services
Advertisment
Advertisment