Advertisment

ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ସ୍ଥିତି ଆହୁରି ଖରାପ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Poverty Rate In Odisha 2023

Odisha Rises In Nationwide Poverty Index

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ୫ ବର୍ଷରେ ରାଜ୍ୟର ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟରୁ ମୁକୁଳିଥିଲେ ବି ଦେଶର ଦାରିଦ୍ର୍ୟ ରାଜ୍ୟ ତାଲିକାରେ ଓଡ଼ିଶା ସ୍ଥିତି କିନ୍ତୁ ଖରାପ ହେବାରେ ଲାଗିଛି। ନୀତି ଆୟୋଗର ସଦ୍ୟ ପ୍ରକାଶିତ ଦ୍ୱିତୀୟ ସଂସ୍କରଣ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀରୁ ଏହା ଜଳଜଳ ଦିଶୁଛି। 

Advertisment

ନୀତି ଆୟୋଗ ରିପୋର୍ଟ ଅନୁସାରେ, ୨୦୨୧ର ବହୁମୁଖୀ ଦାରିଦ୍ର୍ୟ ସୂଚୀରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ, ରାଜସ୍ଥାନ ପରେ ଓଡ଼ିଶା ଥିଲା ଦେଶର ନବମ ଗରିବ ରାଜ୍ୟ। କିନ୍ତୁ ଚଳିତ ସଂସ୍କରଣରେ ଓଡ଼ିଶା ଗରିବୀ ରାଜ୍ୟ ତାଲିକାରେ ଆଉ ଗୋଟେ ସ୍ଥାନ ଉପରକୁ ଉଠି ଦେଶର ଅଷ୍ଟମ ଗରିବ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା।

ଅନ୍ୟପକ୍ଷେ, ରାଜସ୍ଥାନ ଅଷ୍ଟମ ଗରିବ ରାଜ୍ୟରୁ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛି। ଖାଲି ସେତିକି ନୁହେଁ, ଓଡ଼ିଶାର ୧୫.୬୮% ଦାରିଦ୍ର୍ୟ ହାର, ଜାତୀୟ ହାର ୧୪.୯୬% ଠାରୁ ବି ଅଧିକ ରହିଛି। ସେପଟେ ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। 

Advertisment
Poverty
Advertisment
Advertisment