• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମନ୍ତ୍ର ଓ ତନ୍ତ୍ର .. କୁହାଯାଏ, ଏହି ଦୁଇଟି ଶବ୍ଦ ଦ୍ବାରା ଅନେକ କିଛି ଆସାଧ୍ୟ, ସାଧ୍ୟ କରିହୁଏ । ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର ସଦ୍ୟତମ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ରକ୍ତର ସମ୍ପର୍କୀୟଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ୬ ତାରିଖରେ ମହାରାଷ୍ଟ୍ରରେ ଏହି ସ୍ପର୍ଶକାତର ଘଟଣା ଘଟିଛି । ଗୁଣି ଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ହାତୁଡ଼ି ଓ ଛୁରୀ ଦ୍ୱାରା ହତ୍ୟା କରିଛନ୍ତି ପରିବାର ଲୋକେ । ମହାରାଷ୍ଟ୍ରର ଗୁଣ୍ଡପୁରୀ ଗାଁରେ ଗତ ୬ ତାରିଖରେ ଏହି ହତ୍ୟାକାଣ୍ତ ଘଟିଥିଲା ।

ଦେବୁ କୋମୁଟି ନାମକ ଜଣେ ବୃଦ୍ଧ ଗୁଣିଗାରେଡି କରୁଥିବା ସନ୍ଦେହରେ ତାଙ୍କୁ ନିଜର ପରିବାର ଲୋକ ହିଁ ହତ୍ୟା କରିଦେଲେ । ବୃଦ୍ଧଙ୍କର ୩ ପୁଅ ଓ ଜ୍ୱାଇଁଙ୍କ ସମେତ ମୋଟ ୯ ଜଣ ମିଶି ଅତି ବର୍ବର ଭାବେ ବୃଦ୍ଧ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଅଭିଯୁକ୍ତମାନେ ୧୦ ବର୍ଷୀୟା ନାତୁଣୀର ବି ଜୀବନ ନେଇ ଯାଇଛନ୍ତି ।

ତେବେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଘଟଣା ନେଇ ଦେବୁ କୋମୁଟିଙ୍କ ଅନ୍ୟ ଜଣେ ପୁଅ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିବା ପରେ ପୁରା ଘଟଣା ସମ୍ପର୍କରେ ଜଣା ପଡ଼ଥିଲା । ତଦନ୍ତ ପରେ ଏଥିରେ ବୃଦ୍ଧଙ୍କ ୩ ପୁଅ, ଜ୍ୱାଇଁ ଓ ୫ ଅନ୍ୟ ଯୁବକ ସାମିଲ ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହାତୁଡ଼ି ଓ ଛୁରୀ ସାହାଯ୍ୟରେ ୩ ଜଣଙ୍କ ଜୀବନ ନେଇଥିବା ଜଣାଯାଇଛି ।

ବୃଦ୍ଧ ଜଣକ ଗୁଣିଗାରେଡ଼ି କରୁଥିବାରୁ ଗାଁରେ ଲୋକଙ୍କ ମୃତ୍ୟୁ ହେଉଥିବା ବେଶ କିଛିଦିନ ହେବ ଅଭିଯୋଗ ହେଇ ଆସୁଥିଲା । କିନ୍ତୁ ପୋଲିସ ତଦନ୍ତରୁ ମୃତକମାନେ କ୍ୟାନସରରେ ପୀଡ଼ିତ ହୋଇ ଆଖି ବୁଜିଥିବା ଜାଣିବାକୁ ମିଳିଥିଲା । ଏଣୁ ଦେବୁଙ୍କୁ ଜୀବନରୁ ମାରି ଦେବାକୁ ଗ୍ରାମବାସୀମାନେ, ପୁଅ ଓ ଜ୍ୱାଇଁଙ୍କ ଉପରେ ଚାପ ପକାଉଥିଲେ ।

ଘଟଣା ଦିନ ଦେବୁ ନିଜର ପତ୍ନୀ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ପୁଅ, ଜ୍ୱାଇଁଙ୍କ ସମେତ ୯ ଜଣ ଆକ୍ରମଣ କରି ତାଙ୍କୁ ମାରି ଦେଇଥିଲେ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।