• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ବା IOCL ପକ୍ଷରୁ ବାହାରିଲା ଚାକିରି । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୧୮୨୦ଟି ପଦବୀ ପୁରଣ ପାଇଁ ବାହାରିଲା ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ । ଏହାର ଅନ୍‌ଲାଇନ ବା ଅଫିସିଆଲ ୱେବ୍‌ସାଇଟ iocl.com ମାଧ୍ୟମରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । 

ଡିସେମ୍ବର ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ ।

ଯୋଗ୍ୟତା

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଅନ୍ୟୁନ ଯୋଗ୍ୟତା ତଥା ବୟସ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ । ଏହାସହ ଚାକିରି ସମ୍ବନ୍ଧିତ ସମସ୍ତ ସୂଚନା ପାଆନ୍ତୁ ।


ଚୟନ ପ୍ରକ୍ରିୟା

କ୍ୟାରିୟର ଏବଂ ଅନ୍‌ଲାଇନ୍‌ ପରୀକ୍ଷା ଫଳକୁ ଆଧାର କରି ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅନ୍‌ଲାଇନ୍‌ରେ ଯେଉଁ ପରୀକ୍ଷା ହେବ, ସେଥିରେ କେବଳ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ପଚରାଯିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ ସମ୍ଭାବ୍ୟ ଉତ୍ତର ରହିବ । ସେଥିରୁ ସଠିକ୍‌ ଉତ୍ତରଟିକୁ ପ୍ରାର୍ଥୀଙ୍କୁ ବାଛିବାକୁ ହେବ । ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ କରିବା ପରେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହାପରେ ସର୍ଟଲିଷ୍ଟ ପ୍ରସ୍ତୁତ ହେବ । ତାପରେ ଚାକିରିରେ ଯୋଗଦେବାର ସୁଯୋଗ ମିଳିବ ।