• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ବଢ଼ି ଚାଲିଛି । ଦରବୃଦ୍ଧି ପାଇଁ ହନ୍ତସନ୍ତ ହେଉଛନ୍ତି ଖାଉଟି । ବିଶ୍ୱ ବଜାରରେ ତୈଳ ଦର କମିବା ସତ୍ତ୍ବେ କମୁନି ପେଟ୍ରୋଲ । ବିଗତ କିଛି ଦିନ ହେବ ପେଟ୍ରୋଲ ଦର ସ୍ଥିର ଥିବା ସତ୍ତ୍ବେ ୧୦୦ ଉପରେ ରହିଛି । ଏହାକୁ ନେଇ ଇଷ୍ଟାଗ୍ରାମରେ ଭାଇରାଲ ହେଉଛି ଭିଡ଼ିଓ ।

ତଳେ ଥିବା ଭିଡ଼ିଓଟି ଦେଖନ୍ତୁ .. ଭିଡ଼ିଓରେ ଜଣେ ଯୁବକ ମଇଁଷି ଉପରେ ସବାର ହୋଇଛନ୍ତି । ମୁଣ୍ତରେ ଠେକୁଆ ଆକାରର ହେଲମେଟ । ଦେଖିବାକୁ ଯଦିଓ ମଜା ଲାଗୁଛି, କିନ୍ତୁ ଏହା ଭିତରେ ଅଲଗା ଅର୍ଥ ରହିଛି । ବଢ଼ୁଥିବା ପେଟ୍ରୋଲ ପାଇଁ ଅନେକ ଆଉ ଗାଡ଼ି ଚଲାଉ ନାହାନ୍ତି । ଦରଦାମ, ସାଧାରଣ ଖାଉଟିକୁ ବାଧୁଛି । ଏଣୁ ସେଥିରୁ ମୁକ୍ତି ପାଇବା ପାଇଁ ମଇଁଷି ଉପରେ ସବାର ହୋଇଛନ୍ତି ଯୁବକ ଜଣକ । ଭିଡ଼ିଓଟି ରାଜଧାନୀ ଦିଲ୍ଲୀର ବୋଲି କୁହା ଯାଉଛି ।

 
 
 
 
 
 
 
 
 
 
 
 
 
 
 

A post shared by Bull Rider (@bull_rider_077)

ମଇଁଷି ବେକରେ ପଘା ଥିବା ବେଳେ, ଯୁବକ ଜଣକ କାନ୍ଧରେ ଗୋଟିଏ ବ୍ୟାଗ ପକାଇଛନ୍ତି ଓ ବଡ଼ ଆରାମରେ ମଇଁଷି ଉପରେ ବସି ଯାଉଛନ୍ତି । ଏପରି ଦୃଶ୍ୟ ଯେ ଦେଖୁଛି, ଅଟକି ଚାହୁଁଛି । ଭିଡ଼ିଓଟି ପୋଷ୍ଟ କରିବା ସହ, ଯୁବକ ଜଣକ ନିଜ କ୍ୟାପସନରେ ଲେଖିଛନ୍ତି, ପେଟ୍ରୋଲକୁ ମୁଁ ତାର ଔକାତ୍ ଦେଖାଇ ଦେଲି ।

ଗତ କିଛି ଦିନ ହେବ ଭିଡ଼ିଓଟି ସୋସିଆଲ ମିଡ଼ିଆ ଆପ ଇଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ମଜାଳିଆ ବୋଲି କହିବା ସହ, କେତେକ ପ୍ରତିବାଦର ଭଲ ମାଧ୍ୟମ ବୋଲି କହିଛନ୍ତି । ଅନ୍ୟ କେତେଜଣ ପଶୁପ୍ରେମୀ ଏହାକୁ ପଶୁଙ୍କ ପ୍ରତି ନିଷ୍ଠୁରତା ବୋଲି କହିଛନ୍ତି । ପ୍ରାଣୀଙ୍କୁ ସମ୍ମାନ ଦେବାକୁ ଆଉ କେତେ ଜଣ ମନ୍ତବ୍ୟ ଦେଇଥିବା ବେଳେ ଏଭଳି ନିର୍ଯାତନା ଦେବା ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି ।